ଦଶ ବର୍ଷ ପରେ ବି ଫୁଙ୍ଗୁଳା ପଡ଼ିଛି ଅଙ୍ଗନୱାଡ଼ି ଗୃହ ଖଣି ଲିଜ୍ ପାଇଁ ଅଟକିଛି ନିର୍ମାଣ କାର୍ଯ୍ୟ
କାଳିଆପାଣି: ଶୈଶବଙ୍କ ଶିକ୍ଷା ଓ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ମାନ କରିଛନ୍ତି । କିନ୍ତୁ ସ୍ଥାୟୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ବର୍ଷ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରି ନାହିଁ । ପୋଷାକ, ଖେଳନା ଓ ଖାଦ୍ୟ ଆଦିରେ ଶୈଶବଙ୍କ ବିକାଶ ରହି ଯାଇଛି । କିନ୍ତୁ ସ୍ଥାୟୀ ବ୍ୟବସ୍ଥା ବୋଲି କୁହାଯାଉଥିବା ଅଙ୍ଗନୱାଡି ଗୃହ ନିର୍ମାଣକୁ ଗୁରୁତ୍ୱ ଦିଆଯାଉ ନଥିବା ଚିତ୍ର ସାମ୍ନାକୁ ଆସିଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ କମର୍ଦ୍ଧା ମୌଜାରେ ଯାଉଥିବା ହାତୀହୁଡ଼ି ଗାଁରେ । ଆଜିକୁ ପ୍ରାୟ ୧୦ବର୍ଷ ପୂର୍ବରୁ ଅଙ୍ଗନୱାଡ଼ି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟଟି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇପାରିନାହିଁ ।
ସୂଚନାଯୋଗ୍ୟ ଯେ, ୨୦୧୩-୨୦୧୪ ଆର୍ଥôକ ବର୍ଷରେ ସରକାରୀ ଅନୁଦାନରୁ ୨ଲକ୍ଷ ୭୫ହଜାର ଟଙ୍କା ଓ ମନରେଗା ଯୋଜନାରେ ୪ଲକ୍ଷ ୨୫ ହଜାର ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟଟି ଶେଷ ହୋଇପାରୁ ନାହିଁ । ଗୃହଟିରେ ଛାତ ପଡ଼ି କାନ୍ଥ ଗୁଡ଼ିକ ପ୍ଲାଷ୍ଟର୍ ହୋଇ ରହିଥିବା ବେଳେ ଝରକା କବାଟ ଲାଗି ନାହି କି ଗୃହର ଚଟାଣ ମେଜିଆ ହୋଇନଥିବା ଦେଖିବାକୁ ମିଳିଛି । ଏସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ କୁହନ୍ତି କି ଖଣି ଲିଜ ଅଧୀନରେ ଏହି ଜମିଟି ଆସୁଥିବାରୁ କ୍ଲିଅରାନ୍ସ ନଥିବା ହେତୁ ବିଳମ୍ବ ହେଉଛି । ଏଠି ଶୈଶବଙ୍କ ପାଇଁ ନିର୍ମାଣ କରାଯାଉଥିବା ଅଙ୍ଗନୱାଡ଼ି ଗୃହ ପାଇଁ ଟାଟା କମ୍ପାନୀ ବାଧକ ସାଜିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଣୁ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।