ସମାଜସେବିକାଙ୍କ ପରଲୋକ
।ା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: ଏହି ବ୍ଲକ ମାଂସଡା ଗ୍ରାମର ଜଗବନ୍ଧୁ ବେହେରାଙ୍କ ଧର୍ମପନôୀ ସମାଜସେବୀକା ସ୍ୱର୍ଣ୍ଣଲତା ବେହେରା (୫୮)ଙ୍କ ପରଲୋକ ଘଟିଛି । ଶ୍ରୀମତୀ ବେହେରା ଗତ କିଛି ଦିନ ହେବ ମସ୍ତିଷ୍କ ଆଘାତ ଜନିତ ରୋଗରେ ପଡିତଥାଇ ରାଉରକେଲାର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସତ ହେଉଥିଲେ । ତାଙ୍କ ମରଶରୀର ଶୋଭାଯାତ୍ରାରେ ନିଆଯାଇ ବେଦବ୍ୟାସରେ ଅନ୍ତିମ ସକôାର କରାଯାଇଥିଲା । ପୁଅ ଚନ୍ଦନ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ସ୍ୱର୍ଣ୍ଣଲତା ବେହେରା ଜଣେ ଧର୍ମପରାୟଣା, ପରପୋକାରୀ ମହିଳାଥିଲେ । ଉଭୟ ବିଞ୍ଝାରପୁର ଓ ରାଉରକେଲାରେ ସମାଜସେବା କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରହିଛି । ତାଙ୍କ ପରଲୋକ ଖବର ଜଣାପଡିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଉପବାଚସ୍ସତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ଶାରଦା ନାୟକ, ଦିଲୀପ ରାୟ, ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ, ଲତିକା ପଟ୍ଟନାୟକ,ଧିରେନ ସେନାପତି, ନାରାୟଣ ମହାନ୍ତି, ପରେଶ ମିଶ୍ର,ଦିଲୀପ ଦାସ, ବଟ ମିଶ୍ର, ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ଦାସ, ଜିଲାପରିଷ ସଭ୍ୟ ନନ୍ଦକିଶୋର ସାମଲ, ବିଜେଡିର ବରିଷ୍ଠ ନେତା ରାମଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ବେହେରା ପ୍ରମୁଖଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ସ୍ୱର୍ଗତା ବେହେରା ବିଞ୍ଝାରପୁର ବ୍ଲକର ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ବେହେରାଙ୍କ ଭାଉଜ ଅଟନ୍ତି ।