ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବିଞ୍ଝାରପୁର : ଯୁବକଙ୍କ ଆତ୍ମହତ୍ୟାରେ ସାରା ପରିବାର ଭାଙ୍ଗି ପଡିଛି । ଗୁପଚୁପ ବେପାର କରି ୫ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଉଥିବା ପିଲାଟି ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛି । ଏମିତି କିଛି ଦୁଃଖଦ ଖବର ଆସିଛି ବିଞ୍ଝାରପୁର ଥାନା ଅଂଚଳ ଅରେଇ ଗ୍ରାମରୁ ।
ବିଳମ୍ବିତ ରାତିରେ ଏହି ଗ୍ରାମର ଗିରିଧାରୀ ସାହୁଙ୍କ ୨୮ ବର୍ଷୀୟ ପୁଅ ବଳରାମ ସାହୁ (ବଳିଆ) ଘର ବାରଣ୍ଡାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ ଗତକାଲି ରାତିରେ କୌଣସି କାରଣବଶତଃ ବଳରାମ ଏବଂ ତାଙ୍କ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ କଳହ ହୋଇଥିଲା ଏବଂ ରାତ୍ର ପ୍ରାୟ ୧୦ଟା ବେଳକୁ ଉଭୟ ନିଜ ୯ମାସର ଶିଶୁ ପୁତ୍ରକୁ ସହ ଶୋଇବାକୁ ଯାଇଥିଲେ । ରାତ୍ର ପ୍ରାୟ ୧୨ଟା ବେଳକୁ ବଳରାମର ସ୍ତ୍ରୀଙ୍କ ନିଦ ଭାଙ୍ଗିବା ପରେ ସେ ବଳରାମଙ୍କୁ ବିଛଣାରେ ପାଇ ନଥିଲେ ଏବଂ କବାଟ ଆଉଜା ହୋଇଥିବା ସେ ଦେଖିବାକୁ ପାଇଥିଲେ । ସେ କବାଟ ଖୋଲିଲା ବେଳକୁ ବାରଣ୍ଡା ହୁକରେ ସ୍ୱାମୀଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ଏବଂ ସ୍ୱାମୀଙ୍କୁ ବଂଚାଇଦେବେ ବୋଲି ଭାବି ଏକ ଛୁରୀ ସାହାଯ୍ୟରେ ରସିକୁ କାଟିଦେଇଥିଲେ । ବଳରାମ ତଳେ ପଡ଼ି ଯିବାରୁ ସେ ଚିକôାର କରି ଘର ଲୋକଙ୍କୁ ଡାକ ପକାଇଥିଲେ । ପାଟିଶୁଣି ଘର ଲୋକ ଏବଂ ପଡୋଶୀ ମଧ୍ୟ ଉଠି ଆସିଥିଲେ । କିନ୍ତୁ ବଳରାମ ସେତେବେଳକୁ ଆଉ ଏ ଦୁନିଆରେ ନଥିଲେ । ଖବର ପାଇ ବିଞ୍ଝାରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚôଥିଲେ । ବିଞ୍ଝାରପୁର ପୋଲିସ ୧୪/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ବଳରାମଙ୍କର ମର ଶରୀରକୁ ବାରୁଣୀ ପଡିଆରେ ଦାହ କରାଯାଇଛି । ଗାଁ ଲୋକଙ୍କ କହିବା ମୁତାବକ ବଳରାମ ବହୁତ୍ ମେଳାପି ଓ ବହୁତ୍ ଭଲ ପିଲାଟେ ଥିଲା । ସବୁବେଳେ ହସ ହସ ମୁହଁ ଆଉ ଯେତେ କଥା କହିଲେ ବି ସେ କେବେ ରାଗୁ ନଥିଲା । ବଳରାମର ଦେହାନ୍ତରେ ସାରା ଗାଁରେ ଆଜି ଶୋକର ଛାୟା ଖେଳିଯାଇଛି ।