ଦୃଷ୍ଟିବାଧିତଙ୍କୁ ନଭିନାଉତ ବଣ୍ଟନ
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆଜି ପୋଖରୀପୁଟ ସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଆଲିଆନ୍ ଇନୋଭେସନ୍ ଲିମିଟେଡ୍, ହାଇଦ୍ରାବାଦର ସହଯୋଗରେ ନଭିନାଉତ୍ ବଣ୍ଟନ ଶିବିର ଆୟୋଜିତ ହୋଇଛି । ଶିବିରରେ ବିଭାଗର ନିଦେ୍ର୍ଦଶକ ନିୟତି ପଟ୍ଟନାୟକଙ୍କ ଦ୍ୱାରା ୬୦ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ନଭିନାଉତ୍ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଲିଆନ୍ ଇନୋଭେସନ୍ ଲିମିଟେଡ୍ର ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରବି କିରଣ, ଅତିରିକ୍ତ ଶାସନ ସଚିବ ଭାସ୍କାର ରାଇତୁ, ଉପଶାସନ ସଚିବ ସନ୍ନ୍ୟାସୀ ବେହେରା, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ନଭିନାଉତ୍ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ଏକ କମ୍ପାକଫ ସୁବିଧାଜନକ ଗତିଶୀଳତା ଉପକରଣ । ଧଳା ବାଡି ପରିବର୍ତ୍ତ ଏହି ଉପକରଣ ବ୍ୟବହାର କରି ଦୃଷ୍ଟିବାଧିତ ବ୍ୟକ୍ତିମାନେ କାର୍ଯ୍ୟ କରିବା ସମୟରେ ପ୍ରତିବନ୍ଧକଗୁଡିକୁ ସହଜରେ ଚିହ୍ନଟ କରିପାରିବେ । ଗତିଶୀଳତା ଉପକରଣଟି ପୁନଃଚାର୍ଜ ହୋଇପାରୁଥିବା ବ୍ୟାଟେରୀଚାଳିତ ଯନ୍ତ୍ର ଏବଂ ଏହା ଗୋଟିଏ ଚାର୍ଜରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁୁ ସଶକ୍ତ କରିବା ଏବଂ ସେମାନଙ୍କୁ ସ୍ୱାଧୀନ ବିଚରଣର ସୁବିଧା ଦେବା ପାଇଁ ପ୍ରସ୍ତୁତ ଏହି ଉପକରଣଟି ପୂର୍ବରୁ ତୁର୍କୀ, ସାଉଦି ଆରବ ଏବଂ ସାଉଥ୍ ଆଫି୍ରକା ଭଳି ଦେଶରେ ଆଦୃତି ଲାଭ କରିଛି ।