ଭାରତୀୟ ଲୋକ ଲେଖା ପରୀକ୍ଷକ ପ୍ରତିଷ୍ଠାନର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ

 ଭୁବନେଶ୍ୱର: ଦେଶରେ ଲେଖା ପରୀକ୍ଷକ (ଅଡିଟର୍ସ) ମାନବ ସମ୍ବଳର ଅଭାବ ପୂରଣ ପାଇଁ ପୂର୍ବତନ ଲେଖା ପରୀକ୍ଷା ଅଧିକାରୀଙ୍କୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ୧୯ଟି ଇନଷ୍ଟିଚୁ୍ୟଟ ଅଫ ପବ୍ଲିକ ଅଡିଟର୍ସ ଅଫ ଇଣ୍ଡିଆର ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରୁ ୨କୋଟି ଟଙ୍କା ବ୍ୟୟରେ ଇୟୁନିଟ ୬ରେ ନିର୍ମିତ ଭୁବନେଶ୍ୱର ଶାଖା ଅନ୍ୟତମ ଓ ଦେଶରେ ପ୍ରଥମ । ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି । ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାର ପୂର୍ବତନ ଅଧିକାରୀ ତଥା ଭୁବନେଶ୍ୱର ଶାଖାର ସଭାପତି ଅଶ୍ୱନୀ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂସ୍ଥାର ସମ୍ପାଦକ ପ୍ରମୋଦ କୁମାର ମିଶ୍ର ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ । ଶେଷରେ ଉପସଭାପତି ଅକ୍ଷୟ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।