ଦେବର୍ଷି ନାରଦ ଜୟନ୍ତୀ 

 ଫୁଲବାଣୀ : କନ୍ଧମାଳ ଜିଲ୍ଲା  ବାଲିଗୁଡ଼ାରେ  କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅଟିଥି ଭାବେ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ଜଗନ୍ନାଥ ସାହୁ  ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ବ୍ୟବସ୍ଥା ପ୍ରମୁଖ  କାଳନ୍ଦୀ ଚରଣ ପଣ୍ଡା ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ଏକଲ ବିଦ୍ୟାଳୟର ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଶିକ୍ଷକ ତୀର୍ଥବକ୍ଷସୀ ଘଡ଼େଇ ବରିଷ୍ଠ ସାମ୍ୱାଦିକ ପ୍ରକାଶ ନାୟକ, ଭଗବତୀ ପ୍ରସାଦ ସାବତ ଫିଲିପ ଦିଗାଲ ଟିକି ଦଣ୍ଡିଆ  ସଲମାନ ଦିଗାଲ ଜଗନ୍ନାଥ ବିଷୋୟୀ ସାମ୍ବାଦିକ ସୁକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ ।  ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ମନ ଯାନରେ ହପରିଭ୍ରମଣ କରି ଦେବ, ଦାନବ ସମସ୍ତଙ୍କ ଠାରେ ପହଞ୍ଚି ଖବର ପରିବେଷଣ କରୁଥିଲେ । ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ । ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ ଅଟନ୍ତି । ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାଜୁ ଅତିଥି ମାନେ ପରାମର୍ଶ ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତିର୍ଥବାସୀ ଘଡ଼େଇ ସଂଯୋଜନା କରି ଥିଲେ ।