ହାଇଭୋଲଟେଜ ପ୍ରଚାର ଆଗରେ ଫିକା ଧର୍ମଶାଳା କଂଗ୍ରେସ


ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର । ଏଠାରୁ ସ୍ୱାଧୀନ ଭାବେ ହିମାଂଶୁ ଶେଖର ସାହୁ ଲଢିବା ଏବଂ ହାଇଭୋଲଟେ ପ୍ରଚାର କରିବା ସମସ୍ତଙ୍କ ନଜର ଧର୍ମଶାଳାକୁ ଟାଣିହୋଇଗଲା । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ପଛରେ ପଡ଼ିଲେନି । ତାଙ୍କ ପାଇଁ ଦଳର ବିଭିନ୍ନ ମୋର୍ଚ୍ଚା ଦେଖିଲା ଭଳି ପ୍ରଚାର କଲେ । ଶେଷ ଦିନରେ ବି ଦେଖିଲାଭଳି ପ୍ରଚାର ଉଭୟଙ୍କ ଦେଖିବାକୁ ମିଳିଛି । ହିମାଂଶୁ ଏବଂ ପ୍ରଣବଙ୍କ ପ୍ରଚାର ଆଗରେ କଂଗ୍ରେସ ପ୍ରଚାର ପୁରା ଫିକା ପଡ଼ିଯାଇଥିଲା । ପ୍ରଣବଙ୍କ ପାଇଁ ବିଜେଡ଼ି ନେତା ଭିକେପାଣ୍ଡଆନ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥି ସ୍ମତିରେଖା ପହିଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରକୁ ଓହ୍ଲାଇଥିଲେ । କଂଗ୍ରେସର ସେଭଳି କୈାଣସି ବଡ଼ ନେତାଙ୍କୁ କିନ୍ତୁ ଧର୍ମଶାଳାରେ ଦେଖିବାକୁ ମିଳିନଥିଲା ପ୍ରାର୍ଥି କିଶାନ ପଣ୍ଡା ପ୍ରଚାର ମଙ୍ଗ ଧରିଥିଲେ ଆଉ ପ୍ରଚାର ବି କରିଥିଲେ । ପ୍ରଣବଙ୍କ ପାଇଁ ଧର୍ମଶାଳା ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏଠି କାଣ୍ଟେକା ଟକ୍କର ବିଜେଡ଼ି ଓ ସ୍ୱାଧୀନ ମଧ୍ୟରେ ହେଉଛି । ହେଲେ ଧର୍ମଶାଳା ଭୋଟର ବିଜେଡ଼ି ନାଁ ବିଜେପି ନାଁ ସ୍ୱାଧୀନଙ୍କ ସପକ୍ଷରେ ମତଦାନ କରିବେ, ତାହା ବାରିବା କଷ୍ଟକର ହୋଇପଡ଼ିଛି ।