ଅର୍ଥନୈତିକ ସାକ୍ଷରତା ମେଳା
ଆସିକା : ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳିତ ହୋଇଛି । ଏହି ମେଳା ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁଙ୍କ ଅଧ୍ୟକ୍ଷତାରେ ଏଆରସିଏସ୍ ବିଜୟ ସାହୁ, ବ୍ୟାଙ୍କ ନିଦେ୍ର୍ଦଶକ ବସନ୍ତ ସ୍ୱାଇଁ, ରଞ୍ଜନ ସାହୁ, ବ୍ୟାଙ୍କ ସିଇଓ ତଥା ସମ୍ପାଦକ ନାରାୟଣ ମଢେଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳତ ହୋଇଛି । ବ୍ୟାଙ୍କ ସଦସ୍ୟଙ୍କୁ ୦% କଳନ୍ତରରେ ୧ ଲକ୍ଷ, ୨% ସୁଧରେ ୧ ଲକ୍ଷରୁ ୩ ଲକ୍ଷ, ମହିଳା ଗୋଷ୍ଠିଙ୍କୁ ୦%ରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ବିଷୟରେ ଚାଷୀ ଓ ମହିଳାଙ୍କୁ ପରାମର୍ଶ ଦେଇଥିଲେ । ସଭାରେ ଅତିଥିଙ୍କ ଉପସ୍ଥିତରେ ୭ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ୨୭ ଲକ୍ଷ ୮୦ ହଜାର, ୪ ଜଣ ଭାଗ ଚାଷୀଙ୍କୁ ୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାଖା ପରିଚାଳକ ମମତା ପରିଡା, ଚାନ୍ଦିନୀ ସ୍ୱାଇଁ, ଗୀତାଞ୍ଜଳି ବେହେରା, ଶ୍ରୀକାନ୍ତ ସ୍ୱାଇଁ, ସୁରଜିତା ପାତ୍ର, ଯୋଗେଶ ଚନ୍ଦ୍ର ସାମନ୍ତରାୟ, ସାର୍ଥକ ପାଢୀ, ସନନ୍ଦ ବିଷୋୟୀ, ସମେତ ମହେଶ୍ୱର ବେହେରା, ବିନୟ ପଣ୍ଡା, କେ. ବିଶ୍ୱଜିତ, ଆଶିଷ ସାହୁ, ଅବନୀ ଷଡଙ୍ଗୀ, ଅବିନାଶ ବିଶ୍ୱଜିତ ପ୍ରମୁଖଙ୍କ ସମେତ ବ୍ୟାଙ୍କର ବହୁ କର୍ମଚାରୀ କାର୍ଯ୍ୟରେ ସହଯୋଗ କରିଥିଲେ ।