ନିଶା ନିବାରଣ ପକ୍ଷରୁ ମନ୍ତ୍ରୀଙ୍କୁ ପତ୍ର
ବାଲେଶ୍ୱର : ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱର ପକ୍ଷରୁ ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବାଲେଶ୍ୱର ସର୍କିଟ୍ ହାଉସ୍ଠାରେ ଏକ ସ୍ମାରକପତ୍ର ‘ମନା’ର ସଭାପତି ପ୍ରଭାକର ସାହୁ ଓ ସଦସ୍ୟ ସଙ୍ଗୀତା ମହାନ୍ତି, ସଂଗ୍ରାମ କେଶରୀ ମିଶ୍ର ଓ ପ୍ରତାପ ମହାନ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ୧୯୫୬ ମସିହାର ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା, ବାଲେଶ୍ୱରରେ ନିଶା ବିରୋଚନ କେନ୍ଦ୍ର ସ୍ଥାପନ, ନିଶା ବିରୋଧରେ ବିଦ୍ୟାଳୟ, ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍ତରରେ ସାହାଯ୍ୟ/ସହଯୋଗ ମିଳିବା, ଫକୀରମୋହନ ଗୋଲେଇଠାରୁ ଆଇଟିଆଇ ବ୍ଲକ୍ (ଜଗନ୍ନାଥ ସଡ଼କ) ଭଳି ଐତିହ୍ୟପୂର୍ଣ୍ଣ ସଡ଼କ ନିକଟରେ ସରକାରୀ ମଦ ଦୋକାନ ନ ଖୋଲିବା ଏବଂ ଧଳା ଜହର କାରବାରର ପେଣ୍ଠ ସାଜିଥିବା ଜଳେଶ୍ୱରଠାରେ ଅବକାରୀ ଅଧିକ୍ଷକଙ୍କ ଏକ କାର୍ଯ୍ୟାଳୟ ସ୍ଥାପନ କରିବା ପ୍ରଭୃତି ଦାବି ଉପସ୍ଥାପନା କରାଯାଉଛି । ମନ୍ତ୍ରୀ ଏହି ଦାବିଗୁଡ଼ିକ ଉପରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲ ିପ୍ରତିଶ୍ରୁତି ଦେଇଛନ୍ତି ।