ବୟସ ୮୦, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ସରକାର ୮୦ ବର୍ଷରୁ ଊଦ୍ଧର୍ବ ବୃଦ୍ଧା ବୃଦ୍ଧଙ୍କ ପାଇଁ ଭତ୍ତା ଟଙ୍କା ୧୨୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଟଙ୍କା ପାଇବାରେ ଜଟିଳତାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧାବୃଦ୍ଧ। କନ୍ଧମାଳ ଜିଲା ରାଇକିଆ ବ୍ଲକର ଗମାଣ୍ଡି ଗ୍ରାମର ଲିମ୍ବ ଦିଗାଲଙ୍କୁ ୯୧ ବର୍ଷ ହୋଇଥିଲେ ମଧ୍ୟ ସେ ପୂର୍ବରୁ ପାଇ ଆସୁଥିବା ୧୨୦୦ ଟଙ୍କା ହିଁ ପାଉଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଯେଉଁମାନେ ବର୍ଦ୍ଧିତ ଭତ୍ତା ପାଇବାକୁ ଯୋଗ୍ୟ ସେମାନେ ପୁଣିଥରେ ବିଭିନ୍ନ ଆବଶ୍ୟକୀୟ ପରିଚୟନ୍ପତ୍ର ଦାଖଲ କରିବା ପାଇଁ କୁହାଯାଉଥିବାରୁ ପରିଣତ ବୟସରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏହା ଦାଖଲ କରିବା ସମ୍ଭବ ହୋଇ ପାରୁନାହିଁ। ଏ ନେଇ ବିଏସ୍ଏସ୍ଓ ରାମକୃଷ୍ଣ ବେହେରା କହିଛନ୍ତି, ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯେଉଁମାନେ ବର୍ଦ୍ଧିତ ଭତ୍ତା ପାଇବେ ସେମାନଙ୍କୁ ପୁଣିଥରେ ଭୋଟର କାର୍ଡ, ଆଧାରକାର୍ଡ ଦାଖଲ କରିଲା ପରେ ଅନୁମୋଦନ ପାଇଁ ପଠାଯାଉଛି। ସେଠାରୁ ଆସିଲା ପରେ ହିଁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉଛି।