ନୀଳକଣ୍ଠେଶ୍ୱର ମହୋତ୍ସବ

  ବାଲିପାଟଣା : ମହାଶିବରାତ୍ରୀ ଅବସରରେ ସରାଟ ମୌଜା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ନିଳକଣ୍ଠେଶ୍ୱର ମହାଦେବଙ୍କ ପୀଠରେ ପ୍ରସିଦ୍ଧ ବଂଶୀବାଦକ ଗୁରୁ ରାଜକିଶୋର ଦଳବେହେରାଙ୍କ ଦ୍ୱାରା ଦ୍ୱିତୀୟ ନୀଳକଣ୍ଠେଶ୍ୱର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବାଲିପାଟଣା ପ୍ରେସ୍ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରାଟ ସେବା ସମବାୟ ସମିତି ସଭାପତି ଭାରତ ଭୂଷଣ ମହାନ୍ତି, ଶିକ୍ଷାବିତ କଲ୍ୟାଣ କୁମାର ପଣ୍ଡା, ସାମ୍ବାଦିକ ରମେଶ ଚନ୍ଦ୍ର ରଥ, ବସନ୍ତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଗୁରୁ ରାଜ କିଶୋର ଦଳ ବେହେରା । ଏହି ଅବସରରେ ଗୁରୁ ଶ୍ରୀଯୁକ୍ତ ଦଳ ବେହେରା ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉସôବ ପ୍ରାରମ୍ଭରେ ଶିଶୁ ବଂଶୀ ବାଦକ ଶୁଭଙ୍କର ପ୍ରହରାଜ, ଶୁଭ୍ରଜିତ ସାହୁ ବଂଶୀ ବାଦନ କରିଥିଲେ ଓ ତବଲା ବାଦ୍ୟ କରିଥିଲେ ବିଖ୍ୟାତ ତବଲା ବାଦକ ଆନନ୍ଦ କୁମାର ସିଂ । ଗୁରୁ ରାଜକିଶୋର ଦଳବେହେରା ଶାସ୍ତ୍ରୀୟ ରାଗରେ ବଂଶୀ ବାଦନ କରିଥିଲେ । ପରେ ବିଖ୍ୟାତ ବଂଶୀ ବାଦକ କ୍ୟାପଟେନ କ୍ରିଷ୍ଣା ମିଶ୍ର ବଂଶୀ ବାଦନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଶେଷରେ ସ୍ଥାନୀୟ ଶିଶୁ କଳାକାରମାନେ ମନୋମୁଗ୍ଧକର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟଜିତ ପାଣି, ମାନସ କୁମାର ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।