ବଟେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା
ରାଜନଗର : ରାଜନଗର ବ୍ଲକ ସଦର ପଞ୍ଚାୟତ ସାନଓର ଠାରେ ଥିବା ବଟେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସାନଓର ଓ ବରଗୁଡିଦଣ୍ଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅଙ୍କୁରାରୋପଣ ଓ ଧାନ୍ୟାଦିବାସ କରାଯାଇଥିଲା । ମଙ୍ଗଳବାର କଳସ ଶୋଭାଯାତ୍ରା ସହ ଠାକୁରଙ୍କ ମହାସ୍ନାନ କରାଯାଇ ସୂର୍ଯ୍ୟପୂଜା, ଗୋ-ପୂଜା ପ୍ରଭୃତି କରାଯିବା ସହ ମୂର୍ତ୍ତିନ୍ୟାସ ଓ ମନ୍ଦିର ନ୍ୟାସ କରାଯାଇଥିଲା । ପାଶ୍ୱର୍ ଦେବତା ସ୍ଥାପନ କରାଯାଇଥିଲା । ପଣ୍ଡିତ ବିଜୟ ନନ୍ଦଙ୍କ ନେତୃତ୍ୱରେ ରବିନାରାୟଣ ମିଶ୍ର, ପ୍ରିୟବ୍ରତ ମିଶ୍ର, ପ୍ରଭାସ ତ୍ରିପାଠୀ, ପ୍ରକାଶ ଶତପଥି, ରଜନୀକାନ୍ତ ଦେବତା, ଶିଶିର ଦାସ ପ୍ରମୁଖ ଯଜ୍ଞ କାର୍ଯ୍ୟ କରିବା ସହ ମନ୍ଦିର ପ୍ରତିଷ୍ଠା କରିଥିଲେ । ଶିବରାତି ଅବସରରେ ଯଜ୍ଞର ପୂର୍ଣ୍ଣାହୁତି ହେବା ସହ ମହାଦୀପ ଉଠିଥିଲା ।