ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ନେଇ ତେଜୁଛି ଅସନ୍ତୋଷ : ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦାବି

ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ନେଇ ତେଜୁଛି ଅସନ୍ତୋଷ : ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦାବି

କାକଟପୁର : ରାଜ୍ୟରେ ଥିବା ସମସ୍ତ ଡିଗ୍ରୀ କଲେଜରେ ଅଧ୍ୟକ୍ଷଙ୍କ ନିଯୁକ୍ତି ବରିଷ୍ଠତା ଭିତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛି । ମଙ୍ଗଳା କଲେଜରେ ଏହି ନିୟମର ବ୍ୟତିକ୍ରମ ହୋଇଛି । ଯାହାକୁ ନେଇ ବରିଷ୍ଠ ତାଲିକାରେ ଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିଯୋଗ ଆଣିଛନ୍ତି । ଏହି କଲେଜ ପରିଚାଳନା କମିଟି ସଭାପତି ନିଜେ ଉପଜିଲ୍ଲାପାଳ ଥିବାବେଳେ, ଦୁଇ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ବାଦ ଦେଇ ତୃତୀୟ ସ୍ଥାନରେ ଥିବା ଅଧ୍ୟାପକ ସଂଗ୍ରାମ ଛାଟୋଇଙ୍କୁ କିଭଳି ଦାୟିତ୍ୱ ହସ୍ତାନ୍ତର କରାଗଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ବରିଷ୍ଠତା ଭିତ୍ତିରେ ପ୍ରଥମେ ଅଧ୍ୟାପିକା ମାନସୀ ସାହୁ ଓ ଦ୍ୱିତୀୟରେ ଅଧ୍ୟାପକ ରଶ୍ମିରଞ୍ଜନ ପାଣି ରହିଥିବାବେଳେ, ସଂଗ୍ରାମ ଛାଟୋଇଙ୍କୁ ଦାୟିତ୍ୱ ହସ୍ତାନ୍ତର ହୋଇଛି ଯାହାକୁ ନେଇ ଦୁଇ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ଉଚ୍ଚଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସୁଦ୍ଧା ଦାୟିତ୍ୱ ହସ୍ତାନ୍ତର ନେଇ କୌଣସି ନିଦେ୍ର୍ଦଶ ନଥିବାବେଳେ କଲେଜର ୩ ନମ୍ବର କ୍ୟାଡରରେ ଥିବା ଡ. ସଂଗ୍ରାମ ଛାଟୋଇଙ୍କୁ ଦାୟିତ୍ୱ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ପୁରୀ ଉପଜିଲ୍ଲାପାଳ ଅଫିସ ଚିଠିରେ ଦର୍ଶାଇଛନ୍ତି ଯେ, ବରିଷ୍ଠ ତାଲିକାରେ ଥିବା ଅଧ୍ୟାପିକା ମାନସୀ ସାହୁ ଓ ଅଧ୍ୟାପକ ରଶ୍ମିରଞ୍ଜନ ପାଣିଙ୍କ ନାମରେ କୌଣସି ଅଭିଯୋଗ ଉଚ୍ଚଶିକ୍ଷା ବିଭାଗରେ ବିଚାରାଧୀନ ରହିଛି । କିନ୍ତୁ ଦୁଇ ଜଣ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରାଯାଇନାହିଁ । ଏହାଛଡା ପୁରୀ ଉପଜିଲ୍ଲାପାଳ ମଧ୍ୟ ଏହି ଦୁଇ ଜଣ ଅଧ୍ୟାପିକା ଓ ଅଧ୍ୟାପକଙ୍କ ନାମରେ କୌଣସି ଅଭିଯୋଗ ନାହିଁ ବୋଲି ଆନେକ୍ସର-ବିରେ ଗତ ଫେବୃଆରୀ ୫ତାରିଖରେ ଅନୁମୋଦନ କରି ସ୍ପଷ୍ଟ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହଠାତ୍ ଏମାନଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଅଛି ବୋଲି ପୂର୍ବତନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଟିପ୍ପଣୀ ଦେଇଛନ୍ତି । ଏପରିକି ସରକାରଙ୍କ ନିକଟରେ ଦାଖଲ ହେବାକୁ ଥିବା ଗତ ୫ ବର୍ଷର ସିସିଆରରେ କୌଣସି ଅଧ୍ୟକ୍ଷ ସେହି ଦୁଇଜଣଙ୍କ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ରହିଛି । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶନାମା ଅନୁଯାଇ ପୂର୍ବତନ ଅଧ୍ୟକ୍ଷଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିବା ସଂଗ୍ରାମ ଛାଟୋଇ ସୂଚନା ଦେଇଛନ୍ତି । ଅପର ପକ୍ଷରେ ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି କରାନଯାଇ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଅଭିଭାବକ, କାକଟପୁର ସେବକ ସମିତି ଓ ସମାଜସେବୀ ହିମାଂଶୁ ଦିକ୍ଷିତଙ୍କ ସମେତ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।