ପାଣି ମାଗିବାରୁ ଏଏସ୍ଆଇଙ୍କୁ ଆକ୍ରମଣ
ପାଣି ମାଗିବାରୁ ଆକ୍ରମଣ। ବିହାରରେ ଘଟିଛି ଏହି ଘଟଣା। ପାଣି ମାଗିବାରୁ ପୋଲିସଙ୍କୁ ଆକ୍ରମଣ କଲେ ଯୁବକ। ଘଟଣାରେ ପୋଲିସଙ୍କ ମୁଣ୍ଡ ଫାଟିଥିବା ସୂଚନା ରହିଛି। ବିହାରର ସହରସା ଜିଲ୍ଲାରେ ଘଟିଛି ଏହି ଘଟଣା।ଏଏସଆଇ କରମନ କୁମାର ସେରସା ଷ୍ଟାଡ଼ିୟମରେ କାର୍ଯ୍ୟରତ ଥିବା ବେଳେ ଯୁବକଙ୍କୁ ପାଣି ମାଗିଥିଲେ ପିଇବାକୁ । ଯୁବକ ପାଣି ଦେଇନଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ।ଏହା ପରେ ଏଏସଆଇଙ୍କ ମୁଣ୍ଡକୁ ଫୋନ୍ରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଯୁବକ। ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ପୋଲିସ ସେରସା ଷ୍ଟାଡ଼ିୟମରେ ପହଞ୍ଚି ତଦନ୍ତ କରିଛନ୍ତି। ଆକ୍ରମଣ କରିଥିବା ଯୁବକଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।