ପାର୍ବଣରେ ଗୁଳି ଫୁଟିଲା
ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ କଟକ ଜିଲା ନୂଆପଡ଼ା ଗାଁରେ ସୋମବାର ଫୁଟିଛି ଗୁଳି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳିମାଡ଼ର ଯୁବକ ଜଣକ ଗୁରୁତର ହୋଇ ମାଣିଆବନ୍ଧ ମେଡିକାଳରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଯୁବକଙ୍କ କାନ୍ଧ, ହାତ ଏବଂ ଆଙ୍ଗୁଠିରେ ଗୁଳି ବାଜିଛି। ଖବର ପାଇ ବଡ଼ମ୍ବା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି।