ନବୀନ ନିବାସରେ ଭାଇ ପ୍ରେମ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରେମ ପଟ୍ଟନାୟକ। ବୁଧବାର ରାତିରେ ସୁସ୍ଥ ହୋଇ ହସ୍ପିଟାଲରୁ ନବୀନ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ନେଉଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ବୁଧବାର ସେ ଡିସଚାର୍ଜ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସୂଚନା ଅନୁଯାୟୀ, ନବୀନଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।