ମହାରାଷ୍ଟ୍ରରେ ପ୍ରକୃତିର ତାଣ୍ଡବ

 ମୁମ୍ୱାଇ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁ ମହାରାଷ୍ଟ୍ରରେ ୧୦ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, ବର୍ଷାଜନିତ ଅଘଟଣରେ ନାସିକ ଜିଲ୍ଲାରେ ୪, ଧରାଶିବ ଅଞ୍ଚଳରେ ୨, ଅହଲ୍ୟା ନଗରରେ ୨, ଜାଲନା ଓ ୟବତମାଲା ଅଞ୍ଚଳରେ ଜଣେ ଲେଖାଏଁ ଲୋକଙ୍କ ଜୀବନ ଯାଇଛି । ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଥିବା ବେଳେ ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା । ଟ୍ରେନ ଓ ବିମାନ ଚଳାଚଳରେ ବାଧା ନେଇ ସୃଷ୍ଟି ହୋଇଛି ଆଶଙ୍କା । ପାଲଘର ଓ ଅନ୍ୟ କିଛି ଅଞ୍ଚଳରେ ବନ୍ଦ ରହିଛି ସ୍କୁଲ, କଲେଜ । ବର୍ଷା ହେଉଥିବା ଅଞ୍ଚଳରୁ ମହାରାଷ୍ଟ୍ରରେ ପ୍ରାୟ ୧୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଚଳିତ ମୌସୁମୀ ଋତୁରେ କେବଳ ମୁମ୍ବାଇରେ ୩ ହଜାର ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନିକଟକରେ କୋଲକାତାରେ ବର୍ଷା ବିତ୍ପାତରେ ୧୨ ଜଣ ପ୍ରାଣ ହରାଇଥିଲେ । ପୂଜା ପେଣ୍ଡାଲରେ ପାଣି ପଶିଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟରେ ବିଭିନ୍ନ ସମୟରେ ଘାଣ୍ଟି ହେଉଛି ଭାରତ । ଉନ୍ନତ ବୈଷୟିକ ଜ୍ଞାନକୌଶଳ ଯୋଗୁ ଋଷ ଭଳି ଦେଶରେ ବଡ଼ଧରଣର ଭୂମିକମ୍ପରେ କ୍ଷୟକ୍ଷତି ହେଉନଥିବା ବେଳେ ଭାରତରେ ବର୍ଷାରେ ବି ଜୀବନ ଯିବା ନେଇ ଉଦବେଗ ପ୍ରକାଶ ପାଇଛି ।