ପାଲଟା ଅଭିଯୋଗ କଲେ ଅଙ୍କିତ
ଭୁବନେଶ୍ୱର : ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କ ନାଁରେ ୪୮ଲକ୍ଷ ବକେୟା ଅଭିଯୋଗ । ଏହାପରେ ପାଲଟା ଅଭିଯୋଗ କରିଛନ୍ତି ଅଙ୍କିତ ।
ଅଙ୍କିତଙ୍କ କହିବା ଅନୁଯାୟୀ ସମ୍ପୃକ୍ତ କମ୍ପାନୀ ସାମଗ୍ରୀ ଚୋରି କରିଛି । ଅଙ୍କିତଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛି ଆଉ ଏକ କମ୍ପାନୀ । କେନ୍ଦ୍ରାପଡାରେ ବିଦୁ୍ୟତ ସରଞ୍ଜାମ ଯୋଗାଇବା ପରେ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ତେବେ ଘଟଣାର ସତ୍ୟାସତ୍ୟ କଣ ତାହାର ତଦନ୍ତ କରିବା ପୋଲିସ ଆରମ୍ଭ କରିଦେଇଛି ।