ପାହାଡକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ପାଇଁ ହେବ ଉଦ୍ୟମ’
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଅତୀତରେ ଆମେ ଉଦ୍ୟମ କରି ଭୀମ ଡୁଙ୍ଗୁରିକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଆଣିବାରେ ସଫଳ ହୋଇଛୁ । ·ନ୍ଦିଲି ପାହାଡ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦିଗରୁ କୌଣସି ଗୁଣରେ କମ୍ ନୁହେଁ । ତେଣୁ ଆସନ୍ତୁ ଏହାର ସଂରକ୍ଷଣ, ସୋ÷÷ନ୍ଦର୍ଯ୍ୟକରଣ ଓ ଏହାକୁ ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଁ ମିଳିତ ଉଦ୍ୟମ କରିବା । ଯାହା ଦ୍ୱାରା କି ଏ ଅଞ୍ଚଳ ଲୋକଙ୍କର ସମାଜିକ, ସଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ଏହା ସହାୟକ ହେବ ବୋଲି ଦେଓଗାଁ ବ୍ଲକ ସ୍ଥିତ ଦେଷଣ୍ଢ ପଂଚାୟତର ·ନ୍ଦଲି ପାହାଡ ବକ୍ଷଦେଶରେ ଅନୁଷ୍ଠିତ ·ନ୍ଦିଲି ମହୋତ୍ସବ ସ୍ଥଳରେ ଉପସ୍ଥିତ ରହି ପୂର୍ବତନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋକଙ୍କ ଉଦେ୍ଦଶ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବି ଉତ୍ସବ କୋ÷÷ଣସି ବ୍ୟକ୍ତି କିମ୍ବା କୋ÷÷ଣସି ଦଳର ନୁହେଁ ଏହା ସମସ୍ତଙ୍କର । ତେଣୁ ଏ ଅଂଚଳର ଉନ୍ନତି ପାଇଁ ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡା । ଏହି ·ନ୍ଦିଲି ପାହାଡକୁ ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଁ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ସେ କଥା ହୋଇଛନ୍ତି । ଆସନ୍ତୁ ସମସ୍ତେ ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଆଦର୍ଶ ଓ ଉଦେ୍ଦଶ୍ୟରୁ ଊଦ୍ଧ୍ୱର୍ରେ ମିଳିତ ହୋଇ ଏ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଁ ଉଦ୍ୟମ କରିବା । ବିଧାୟକ ଥିଲାବେଳେ ଏ ଅଂଚଳର ଲୋକେ ଏ ପାହାଡକୁ ମୋ ଦୃଷ୍ଟି ଗୋଚରକୁ ଆଣିଥିଲେ । ସେତେବେଳେ ଏହା ବିକାଶ ପାଇଁ ନିଜ ପାଣ୍ଠି ତଥା ସରକାରଙ୍କ ଠାରୁ ଅନେକ ଅନୁଦାନ ଅଣାଯାଇ କାମ ଗୁଡିକର ଭିତ୍ତିପ୍ରସ୍ତର ଦିଆଯାଇଥିଲା । କିନ୍ତୁ ନିର୍ବାଚନ ଆସିଯାଇଥିବାରୁ ତାହା କମ୍ ପଡିଥିଲା । ସେ କାମ ଗୁଡିକ ଏବେ ଆରମ୍ଭ ହୋଇଛି । ଏଠାରେ ମଣ୍ଡପ ସହ ପାହାଡ ଉପରେ ପ୍ରହରୀ ମଣ୍ଡପର ନିର୍ମାଣ କାମ ·ଲିଛି । ତା ସହ ରାସ୍ତା କାମ ପାଇଁ ୨କୋଟି ୮୦ ଲକ୍ଷ ଟଙ୍କାର ଅନୁଦାନ ଅଣାଯାଇଥିଲା । ଯାହାକି ବର୍ତ୍ତମାନ ପିଡବ୍ଲୁଡି ରାସ୍ତାରୁ ପାହାଡର ·ରିକଡରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିକଟରେ ଥିବା ମେହେରକଟାର ଉନ୍ନତିକରଣ ପାଇଁ ମଧ୍ୟ ସେ ସମୟରୁ ଉଦ୍ୟମ ଆରମ୍ଭ ହୋଇଥିଲା କେବଳ ଜଙ୍ଗଲ ବିଭାଗର ଅନୁମତି ପାଇଁ କାମ ଅଟକିଥିଲା । ବହୁ ଶୀଘ୍ର ସେ ସବୁର ମଞ୍ଜୁରି ମିଳିବ ଏବଂ ମେହେରକଟାର ମଧ୍ୟ ଉନ୍ନତିକରଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଓ ଜଳଧାରଣ କ୍ଷମତା ବଢିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, ସମିତି ସଭ୍ୟ ସକିର୍ତ୍ତନ ବାଗ, ସିଙ୍ଗାମୁଣ୍ଡା ସରପଂଚ ଜାନକୀ ମହାରଣା, ଦେଷଣ୍ଢ ସରପଂଚ ଯଶୋଦା ମେହେର, ସରପଂଚ ଜଗ ମେହେର, ସରପଂଚ ଗୋପାଲ ବାଗ, ଲିଟନ ହୋତା, ରାଧେଶ୍ୟାମ ମେହେର, ଦିନ ମେହେର, ରବିନ୍ଦ୍ର ମେହେର, ସ୍ୱୟମ୍ବର ମେହେର, ବନମାଲି ମେହେର, ରଘୁ ରଣାଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।