ଭିଜିଲାନ୍ସ କବଳରେ କଣ୍ଟାବାଞ୍ଜି ଏଇଇ ଦିଲେଶ୍ୱର ମାଝୀ

ବଲାଙ୍ଗୀର : ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଦିଲେଶ୍ୱରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ମିଳିଛି । ଭିଜିଲାନ୍ସ ଦ୍ୱାରା ତାଙ୍କର ଅନେକ ସମ୍ପତ୍ତି ଥିବା ସ୍ଥାନରେ ହୋଇଥିବା ସର୍ଚ୍ଚ ଅଭିଯାନରେ ତାଙ୍କ ନିଜ ନାମରେ ଓ ଜଣେ ନିକଟତମ ଆତ୍ମୀୟ ନାମରେ ୪ଟି ଘର, ଗୋଟିଏ ବଜାର କମ୍ପ୍ଲେକ୍ସ, ୯ ଟି ଜମିପ୍ଲଟ, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ନଗଦ ୬ ଲକ୍ଷ ୫୭ ହଜାର ୫ ଶହ ଟଙ୍କା, ଗୋଟିଏ କାର, ୨ ଟି ଦୁଇ ଚକିଆ ଗାଡି ସମେତ ଅନ୍ୟାନ୍ୟ ସମ୍ପତି ଥିବାର ଜଣାପଡିଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ସମ୍ବଲପୁର, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଇଥିଲା।