ପୁଣି ଅସ୍ତ୍ର ଛାଡ଼ିଲେ ୩୪ ମାଓବାଦୀ ; ଥିଲା ୮୪ ଲକ୍ଷ ପୁରସ୍କାର
ରାୟପୁର : ଛତିଶଗଡ଼ରେ ଭୁଶୁଡିବାରେ ଲାଗିଛି ଲାଲଗଡ଼। ପୁନଃମାର୍ଗମ ଉଦ୍ୟମରେ ଆଜି ପୁଣି ଅସ୍ତ୍ର ଛାଡିଛନ୍ତି ୩୪ ଜଣ କ୍ୟାଡ଼ର ମାଓବାଦୀ । ଯାହାଙ୍କ ମୁଣ୍ଡ ଉପରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼ର ମାଓପ୍ର୍ରବଣ ବିଜାପୁର ଜିଲ୍ଲାରେ ଏହି ଆତ୍ମସମର୍ପଣ ହୋଇଛି । ଏଥିରେ ୭ ଜଣ ମହିଳା ମାଓବାଦୀ ଅଛନ୍ତି । ଏମାନେ ସାଉଥ ସବ୍ଜୋନାଲ ବ୍ୟୁରୋ, ତେଲେଙ୍ଗାନା ଷ୍ଟେଟ୍ କମିଟି, ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଓ ଦଣ୍ଡକାରାଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି ।