ପୁରସ୍କାର ରାଶି ଗ୍ରହଣ କଲେ ଅଧ୍ୟକ୍ଷା

 ଧାମନଗର: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଚଳିତ ବର୍ଷ ଟିକସ ଆଦାୟରେ ରାଜ୍ୟରେ ପ୍ରଥମ ହୋଇ ଥିବାରୁ ରାଜ୍ୟ ସରକାର ୩ କୋଟି ଟଙ୍କାର ପ୍ରୋସôାହନ ରାଶି ପୁରସ୍କାର ପ୍ରଦାନ କରିଛନ୍ତି । ଧାମନଗର ଅଧ୍ୟକ୍ଷା ନିବେଦିତା ଜେନା ସ୍ୱତନ୍ତ୍ର ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଧାମନଗର ଏନ ଏ ସି ଅଞ୍ଚଳରେ ଏହି କିଛି ଦିନ ହେବ ରାଜନୈତିକ ହସ୍ତକ୍ଷପ କରି ବିକାଶରେ ବାଧା ସୃଷ୍ଟି କରାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଅଧ୍ୟକ୍ଷା ଶ୍ରୀମତୀ ଜେନା ଅଭିଯୋଗ କରିଥିଲେ । ଏଥିସହିତ ଧାମନଗର ଏନଏସିରେ ଦୀର୍ଘଦିନ ହେବ ଟେଣ୍ଡର ହୋଇଥିବା ଧାମନଗର ବାଇପାସ ରୋଡ ସମସ୍ୟାର ସ୍ଥାୟୀ ସମାଧାନ, ଧାମନଗର ଛକର  ଠାରୁ ଧାମନଗର ବଜାର ପୂର୍ତ୍ତ ରାସ୍ତା ପର୍ଯ୍ୟନ୍ତ  ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବା,  ଜଗୁସାଗର ପୋଖରୀର ପୁନଃରୁଦ୍ଧାର- ଓ ଏହାର ସୌନ୍ଦର୍ଯ୍ୟକରଣ ସମସ୍ୟାର ସମାଧାନ, ଟେଣ୍ଡର ହୋଇଥିବା ନୂତନ ଅଫିସ ଗୃହ ନିର୍ମାଣ କାର୍ଯ୍ୟର ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀକୁ ଅବଗତ କରାଇଥିଲେ ।