ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

ଭଣ୍ଡାରିପୋଖରୀ, : ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ମଣାଗଡିଆ ଗ୍ରାମରେ ଏକ ନାଗସାପ ଦଂଶନ ଯୋଗୁ ମୃତ ବରଣ କରିଥିବା ମାନସୀ ସେନାପତିଙ୍କ ପରିବାର ବର୍ଗଙ୍କୁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ମାନସୀ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିବାବେଳେ ତାଙ୍କର ଅକାଳ ମୃତୁ୍ୟ ଯୋଗୁ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉକôଳ କେଶରୀ ମହାନ୍ତି, ସମାଜସେବୀ ଜୟନ୍ତ ସାହୁ, ବୀରେନ୍ଦ୍ର ନାୟକ, ଭୂପତି ମଲ୍ଲିକ ପ୍ରମୁଖ ଗ୍ରାମରେ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟ ମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ସେହିଭଳି ରହଣିଆ ପଞ୍ଚାୟତ ବେଲଗଡିଆ ଗ୍ରାମ ନିବାସୀ ଶିକ୍ଷାବିତ ଶିବ ଚରଣ ସ୍ୱାଇଁଙ୍କ ମୃତ ଖବର ପାଇ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବାସ ଭବନ ଠାରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ।