ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ; ପାସ୍ ହାର ୮୮.୩୯ପ୍ରତିଶତ

ସିବିଏସଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଦ୍ୱାଦଶରେ ପାସହାର ୮୮.୩୯ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ହାର ୯୧.୬୪ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୮୫.୭୦ପ୍ରତିଶତ ରହିଛି । ଚଳିତ ବର୍ଷ ୧୬ଲକ୍ଷ ୩୩ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ସେଥିମଧ୍ୟରୁ ୧୬ଲକ୍ଷ ୨୧ହଜାର ୨୨୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
କେମିତି ଜାଣିବେ ଫଳ ?
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ସିବିଏସଇର cbseresults.nic.in, results.cbse.nic.in ଏବଂ digilocker.gov.in ରେ ଚେକ୍ ଛାତ୍ରଛାତ୍ରୀ କରିପାରିବେ । ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।