ଟୁ୍ୟସନ୍ ଶିକ୍ଷକଙ୍କ ବିରୋଧରେ ଅପପ୍ରଚାର: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଅଭିଭାବକ

 ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ କଣ୍ଟାପଡା ଗ୍ରାମର ଜଣେ ଟୁ୍ୟସନ୍ ଶିକ୍ଷକ ପିଲାମାନଙ୍କୁ ନିଜେ ଶିକ୍ଷକତା କରୁଥିବା ସ୍କୁଲରେ ପଢିବାକୁ ଚାପ ପ୍ରୟୋଗ କରୁଥିବା ନେଇ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ମହତୀପୁର ଅଞ୍ଚଳର କିଛି ଅଭିଭାବକ ଅଭିଯୋଗ କରିଥିଲେ । ଏହାକୁ ନେଇ ଉକ୍ତ ବ୍ଲକଗ୍ରଣ୍ଟପ୍ରାପ୍ତ ଶିକ୍ଷକ ଜଣକ ଟୁ୍ୟସନ୍  ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପ୍ରତିବାଦରେ ଟୁ୍ୟସନ୍ ପଢୁଥିବା ପିଲାମାନଙ୍କ ଅଭିଭାବକ ମାନଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂପୃକ୍ତ ଅଭିଭାବକମାନେ ଅଭିଯୋଗକାରୀଙ୍କ ବିରୋଧରେ ବର୍ଷଛନ୍ତିି । ସଂପୃକ୍ତ ଶିକ୍ଷକ ଜଣକ ପୂର୍ବପଡା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ହେଁ ତାଙ୍କ ନିକଟରେ ମହତୀପୁର ସ୍କୁଲ ସମେତ ଖଇରା, ସାରୁଗାଁ ଭଳି ଅନ୍ୟାନ୍ୟ ହାଇସ୍କୁଲରେ ପଢୁଥିବା ପିଲାମାନେ ମଧ୍ୟ ଟୁ୍ୟସନ୍ ହୋଇଥାନ୍ତି । ପିଲାମାନଙ୍କୁ ଉନ୍ନତି ଶୈଳୀରେ ପାଠ ପଢା ଯୋଗୁଁ ଦୂରଦୂରାନ୍ତରୁ ପିଲା ଆସିବାକୁ ଆଗ୍ରହ କରିଥାନ୍ତି । ଉକ୍ତ ଶିକ୍ଷକ ଜଣକ କୌଣସି ଦିନ ସେମାନଙ୍କ ପିଲା କେଉଁ ସ୍କୁଲରେ ପଢିବ ନ ପଢିବ କୌଣସି ଚାପ ପକାଇନାହାଁନ୍ତି । ତାଙ୍କ ନାମରେ କରାଯାଇଥିବା ଅଭିଯୋଗ ମିଥ୍ୟା ଅଟେ । ଏଥିଯୋଗୁଁ ମ୍ରିୟମାଣ ହୋଇ ଯଦି  ଶିକ୍ଷକ ଜଣକ ଟୁ୍ୟସନ୍  ବନ୍ଦ କରନ୍ତି, ତେବେ ନିଜ ପିଲାମାନଙ୍କ  କ୍ଷତି ପାଇଁ ଅଭିଯୋଗକାରୀ ଦାୟୀ ରହିବେ ବୋଲି ଶତାଧିକ ଅଭିଭାବକ ଚେତାବନୀ ଦେଇଛନ୍ତି  । ନିକଟରେ ମହତୀପୁର ହାଇସ୍କୁଲ ଛାଡି ପୂର୍ବପଡାରେ ନିଜ ପିଲାଙ୍କୁ ଆଡମିଶନ କରାଇଥିବା ଅଭିଭାବିକା ମିତାରାଣୀ ରାଉତଙ୍କୁ ପଚାରିବାରେ ମହତୀପୁରରେ ଶିକ୍ଷକ ମରୁଡି ଯୋଗୁଁ ସେ ପିଲାର ଟିସି ନେଇଥିବା କଥା କହିଛନ୍ତି ।