ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତନ ବୈଠକ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଯାଦବ ଭବନ ଠାରେ ଏନ୍ଏପିଏମ୍ ଓଡିଶା ଓ ଏସ୍ଏସ୍ଏ ଓଡିଶା ଗନ୍ଧମାର୍ଦ୍ଧନ ସୁରକ୍ଷା ପରିସର, ଜିଲ୍ଲାବାଦ ସଂଗଠନ, ଜନମ ମାଏଟ ବଂଚାଓ ଆନେ୍ଦାଳନ, ସହିଦ ଧରମସିଂ ମାନ୍ଧତା ସ୍ମୃତି କମିଟି, ସୁଲିଆବୁଢା କମିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ଖଣି, ପାଣି ଓ ପ୍ରକୃତିର ସୁରକ୍ଷା ପାଇଁ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଏନ୍ଏପିଏମ୍ ଅଧ୍ୟକ୍ଷ ଲିଙ୍ଗରାଜ ପ୍ରଧାନ, ନିୟମଗିରି ସୁରକ୍ଷା ପରିଷଦର ଲିଙ୍ଗରାଜ ଆଜାଦ, ଓଡିଶା କୃଷକ ଆନେ୍ଦାଳନର ପ୍ରବକ୍ତା ତଥା ଜଣାଶୁଣା ଲେଖକ ସରୋଜ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଖଣି, ପାଣି ଓ ପ୍ରକୃତିର ସୁରକ୍ଷା ସହିତ ବିଭିନ୍ନ ପ୍ରକାର ତର୍ଜମା କରାଯାଇ ବଲାଙ୍ଗିର ଜିଲ୍ଲାରେ କମ୍ପାନୀ କିପରି ପାଣି, ଖଣି ଓ ଜଙ୍ଗଲକୁ ଧ୍ୱଂସ କରିବେ ତାର ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଜିନ୍ଦାବାଦ କମିଟିର ତ୍ରିଲୋଚନ ପୁଞ୍ଜି, ଜନମ ମାଟି ବଞ୍ଚାଓ ଆନେ୍ଦାଳନର ନେତା ପ୍ରକାଶ ସାହୁ, ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ଟେକେନ୍ଦୁ ଜାଲ, ଜନସୁଚନା କର୍ମୀ ନିଳମଣି ଯୋଷୀ, ସୁଲିଆ ଯାତ୍ରା କମିଟିର ମୟ ପ୍ରଧାନୀ, ବୁଡି ଅଞ୍ଚଳ ସଂଗ୍ରାମୀ ପରିଷଦର ରାମଚନ୍ଦ୍ର ବରିହା, ମାଗୁରବେଡା ଆନେ୍ଦାଳନର ସୋମନାଥ ସିଂଦେଓ, ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ଧରମସିଂ ମାଝିର କାଳିନ୍ଦ୍ରି ମାଝି ତଥା ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଜିଲ୍ଲାର ଖଣି, ପାଣି ଓ ଜଙ୍ଗଲର ଧ୍ୱଂସକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ·ଷ ନାଁ ରେ ବଡ ବଡ ଡ୍ୟାମ କରି କମ୍ପାନୀକୁ ପାଣି ଦେବା ଓ ପରିବେଶକୁ ଧ୍ୱଂସ କରି ବିକାଶ ନାଁରେ ନିରୀହ ଆଦିବାସୀଙ୍କୁ ବାସଚୁ୍ୟତ କରିବାକୁ ନେଇ ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଶେଷରେ ଜନମ ମାଏଟ ସଂଘର୍ଷ ସମିତିର ନେତା ଗିରିଧାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।