ନରସିଂହ ଓ ସାମ୍ବାଦିକଙ୍କ ମଧ୍ୟରେ ମତବିନିମୟ : ରାଜ୍ୟରେ ଆଇନର ଶାସନ ·ଲୁ ନାହିଁ : ନରସିଂହ
ବଲାଙ୍ଗିର : ରାଜ୍ୟରେ ଏକ ବର୍ଷ ଓ କେନ୍ଦ୍ରରେ ୧୧ ବର୍ଷ ଡବଲ ଇଞ୍ଜିନ ସରକାର ଲୋକଙ୍କୁ ବିକାଶ ନାଁ ରେ ମିଛ କହୁଛି । ନିର୍ବାଚନ ଜିତିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଉଭୟ ସରକାର ବେଶ୍ ପାରଙ୍ଗମ । ଡବଲ ଇଞ୍ଜିନ ଆସିଲେ ଡବଲ ବିକାଶ ହେବ କହୁଥିବା ସରକାର ରାଜ୍ୟକୁ କିନ୍ତୁ କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବରେ କମେଇ ଚାଲିଛି । ଆହୁରି ମଧ୍ୟ ବତ୍ତମାନ ତାଙ୍କର ଦଳିୟ ଲୋକମାନେ ଏପରି ଭାବରେ କାର୍ଯ୍ୟପାଳିକା ଉପରେ ଅତ୍ୟାଚାର ଓ ଆକ୍ରମଣ କରୁଛନ୍ତି ଯେ, ଆଉ ଲାଗୁନାହି ରାଜ୍ୟରେ ଆଇନର ସରକାର ଅଛି ବୋଲି । ରାଜ୍ୟସାରା କେବଳ ଅରାଜକତା । ଏପରିକି ନିକଟରେ ବିଜେପି ସରକାରକୁ ଆସିଥିବା ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କର ସରକାରଙ୍କ କାର୍ଯ୍ୟଶୈଳିକୁ ଦେଖିଲେ ଜଣାପଡୁଛି । ଯେମିତି ସବୁ ସରକାର ଶିଳ୍ପପତି ଆଦାନି ହାତରେ ବନ୍ଧାପଡିଛନ୍ତି ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ସାମ୍ବାଦିକଙ୍କ ସହିତ ଅନୁଷ୍ଠିତ ଏକ ମତବିନିମୟ କାର୍ଯ୍ୟକ୍ରମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଲୋକଙ୍କ ଆନେ୍ଦାଳନ ଯୋଗୁଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ଭବ ହୋଇ ପାରିଛି । ତାର ମୁଖ୍ୟ ଉଦେ୍ଦଶ୍ୟ ଯାହାକି ଚାଷ ଜମିକୁ ପାଣିଦେବା କଥା ତାହା ନ ଦେଇ ବତ୍ତମାନ ଡବଲ ଇଞ୍ଜିନ ସରକାର ଏଠାରୁ ଖଣି ଖନନ କରିବାକୁ ସ୍ଥିର କରିସାରିଛନ୍ତି । ଖଣି ଖନନ ଦ୍ୱାରା କେବଳ ଶିଳ୍ପପତିଙ୍କ ଉନ୍ନତି ହେବ । ନା ଏଠାରେ ଶିଳ୍ପ ହେବ ନା ଏଠିକାର ଲୋକ ରୋଜଗାର ପାଇବେ ତେଣୁ ଦାଦନ ଅବସ୍ଥା ଯେମିତି କି ସେମିତି ରହିବ । ଯଦିଓ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି କିନ୍ତୁ ମେଡିକାଲ କଲେଜ ର ସୁବିଧା ଲୋକ ପାଇବା ପରିବର୍ତ୍ତେ ଆହୁରି ଦୁର୍ଦ୍ଦଶା ଭୋଗୁଛନ୍ତି । ନନ୍ଦିଘୋଷ ନ ଗଡିବା ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ ଷଡଯନ୍ତ୍ର କରି ଡବଲ ଇଞ୍ଜିନ ସରକାର ଆଦାନିଙ୍କ ପାଇଁ ନନ୍ଦିଘୋଷ ରଥକୁ ଅଟକାଇ ଓଡିଆ ଅସ୍ମିତା ବିପରୀତ କାମ କରିଛି । ବିଜେପି ବିଜେଡି ସମ୍ପର୍କ ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ବିଜେଡି ସରକାରକୁ ଯିଏ ପରିଚାଳନା କରୁଥିଲେ ବିଜେପି ସରକାରକୁ ମଧ୍ୟ ସିଏହିଁ ପରିଚାଳନା କରୁଛନ୍ତି ବୋଲି ପରୋକ୍ଷରେ ଭି.କାର୍ତ୍ତିକେୟାନ ପାଣ୍ଡିଆନଙ୍କ ଆଡକୁ ଇସାରା କରିଥିଲେ । ଆଜିର ଏହି ମତ ବିନିମୟରେ ଶ୍ରୀ ମିଶ୍ରଙ୍କ ସହ କଂଗ୍ରେସ ନେତା ଅଶୋକ ନନ୍ଦ, ମନୀଷ ମିଶ୍ର ମଂଚାସିନ ଥିବା ବେଳେ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ନଗର ସଭାପତି ବୁଲୁ ଦାନି, ଜୁଲୁ ପଟ୍ଟନାୟକ, ବିରେନ୍ଦ୍ର ମିଶ୍ର, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।