ଶ୍ରୀନୃସିଂହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ
ବଲାଙ୍ଗିର : ଶ୍ରୀନୃସିଂହ ମନ୍ଦିର ବଲାଙ୍ଗିରର ମହନ୍ତ ମହାରାଜ ସଦଗୁରୁ ଦେବ ବ୍ରଜ ମୋହନ ଶରଣଦେବଙ୍କ ନିଦେ୍ର୍ଦଶ ଅନୁଯାୟୀ ଆମର ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ସହଯୋଗରେ ପୁରୀଧାମର ରାଧାକାନ୍ତ ମଠ ଠାରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଭକ୍ତଗଣଙ୍କ ସେବା ପାଇଁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟ ତୁଳାଇବା ପାଇଁ ସଂଘର ସଭାପତି ଚନ୍ଦ୍ର କୁମାର ପୁରୋହିତ, ସମ୍ପାଦକ ନାରାୟଣ ପୁରୋହିତ ଓ ବରିଷ୍ଠ ସଦସ୍ୟ ବୀର ଅନନ୍ତ ପଣ୍ଡା ସମେତ ଅନେ ଭକ୍ତଗଣ ବିଶେଷ ଭାବେ ସହଯୋଗ କରିଥିଲେ । ସ୍ଥାନୀୟ ଜଗନ୍ନାଥ ସେବା ସଂଘର ସମ୍ପାଦକ ଶଶୀକାନ୍ତ ରଥ ଓ ପଚିଶଜଣ ସ୍ୱେଚ୍ଛାସେବୀ ଅନ୍ନପ୍ରସାଦ ବିତରଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶଥାଉକି, ଗତ ରଥଯାତ୍ରା ସମୟରେ ବଲାଙ୍ଗିର ମଧ୍ୟ ଶ୍ରୀନୃସିଂହ ମନ୍ଦିର ସମ୍ମୁଖରେ ଭକ୍ତଗଣଙ୍କ ପାଇଁ ଅନ୍ନପ୍ରସାଦ ବିତରଣ କରାଯାଇଥିଲା ।