ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ବିଳମ୍ବ ହେବାରୁ ଭତ୍ତା ଓ ଚାଉଳ ବନ୍ଦ କରିବାକୁ ଧମକ ଦେଉଛନ୍ତି ସରକାରୀ ବାବୁ

 ହିତାଧିକାରୀଙ୍କ ଉପରେ ସରକାରୀ ବାବୁଙ୍କ ଜୁଲୁମ୍ । ଭତ୍ତା ବନ୍ଦ ଓ ଚାଉଳ ବନ୍ଦ କରିଦେବାର ଧମକ ଭିଡିଓ ଭାଇରାଲ। ମୟୂରଭଞ୍ଜ ବେତନଟୀ ବ୍ଲକ୍ ମହିଷାଶୋଳ ପଞ୍ଚାୟତ ଅଞ୍ଚଳରୁ ଆସିଛି ଏପରି ଭିଡିଓ। ପଂଚାୟତ କର୍ମଚାରୀ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧାଙ୍କୁ ଗାଳି ଗୁଲଜ କରିବା ଓ ଧମକ ଦେବା ସହ ମାନସିକ ଚାପ ପକାଇବା ଭଳି ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏଥିରେ ମହିଷାଶୋଳ ପଞ୍ଚାୟତର ପିଇଓଙ୍କ ସହିତ ଅନ୍ୟ ସରକାରୀ ବାବୁ ମଧ୍ୟ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ବିଳମ୍ବ ହେବାରୁ ହିତାଧିକାରୀଙ୍କ ଉପରେ ଏପରି ବ୍ୟବହାର କରୁଛନ୍ତି । ସରକାର ଲୋକମାନଙ୍କ ସମସ୍ୟାର ସମାଧାନ କରିବା ସହ ଭଲ ବ୍ୟବହାର କରିବାକୁ ବାରମ୍ବାର ତାଗିଦ୍ କରୁଛନ୍ତି । ହେଲେ ସାଧାରଣ ଲୋକମାନଙ୍କ ସହିତ କିଭଳି କଥାବାର୍ତ୍ତା କରାଯାଏ ତାହା ପୁରାପୁରି ଭୁଲିଯାଇଛନ୍ତି ସରକାରୀ ବାବୁ। ନିଜର ପାୱାର୍ ଦେଖାଇ ସରକାରଙ୍କ ନିୟମକୁ ଖୁଲମ୍ ଖୋଲା ଉଲ୍ଲଂଘନ କରି ହିତାଧିକାରୀଙ୍କୁ କରୁଛନ୍ତି ଦୁର୍ବ୍ୟବହାର ।