ଭୋଟ ଚୋରି କରି ଶାସନ କରୁଛି ବିଜେପି: କଂଗ୍ରେସ
ରାୟଗଡ଼ା : ରାୟଗଡ଼ ସଦର ମହକୁମା କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପବିତ୍ର ସାଉନ୍ତା ଏବଂ ରାୟଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ଆପାଲ୍ଲା ସ୍ୱାମୀ କାଡ୍ରାକା ଯୋଗଦେଇଥିଲେ । ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଆପଲା ସ୍ୱାମୀ କାଡ୍ରାକା ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ଶାଉନ୍ତା ଇଲେକ୍ସନ୍ କମିଶନର ପକ୍ଷପାତିତା ଏବଂ ଭୋଟ ଚୋରି ହୋଇଛି ବୋଲି କହିଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି ଶାସନ କୁ ଫେରିବା ପରଠାରୁ ବିଭିନ୍ନ ନିର୍ବାଚନ ଫଳାଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ହେଉଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ହେରଫେର ହୋଇଥିବା ଆଶଙ୍କା କରିଛି କଂଗ୍ରେସ । ନିର୍ବାଚନୀ ରାଲିରେ କଂଗ୍ରେସ ପ୍ରତି ଲୋକଙ୍କ ଆଗ୍ରହ, ବୁଥ୍ ବାହୁଡା ମତ, କଂଗ୍ରେସର ଆଭ୍ୟନ୍ତରୀଣ ସର୍ବେ ବିଷୟକୁ ବିଚାରକୁ ନେଇ ଜିତିବା ଆଶା କରଯାଇଥିଲା । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଘର ଲୋକଙ୍କ ନାମ ନ ଲେଖି ବୋଲି ରଖାଯାଇଛି । ଗୋଟାଏ ଠିକଣାରେ ବହୁ ଭୋଟର ରହୁଥିବା ଏବଂ ଗୋଟିଏ କୋଠରୀରେ ୬୦ଜଣ ରହୁଥିବା ଦର୍ଶାଇଥିଲା । ଏହିଭଳି ବିଭିନ୍ନ ପ୍ରକାର ଚଂଚକତା କରି ବିଜେପି ଭୋଟ ଚୋରି କରିଛି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶାରେ ମୋଟ ୪୨ଲକ୍ଷ ଭୋଟ ଚୋରି ହୋଇଛି ଅର୍ଥାତ୍ ୨୧ଗୋଟି ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ଲେଖାଏଁ ଭୋଟ ଚଞ୍ଚକତା ।
ନବରଙ୍ଗପୁର: ଦେଶ ଓ ରାଜ୍ୟରେ ଭୋଟ ଚୋରି କରି ଭାଜପା ସରକାର ଗଠନ କରିଥିବା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୂଜବଳ ମାଝୀ । କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ନେତା ରାହୁଲାଗାନ୍ଧୀ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ କିଭଳି ଭୋଟ ଚୋରି ହୋଇଛି ତାହାର ପ୍ରମାଣ ଦେଇଛନ୍ତି । ଏଥି ପାଇଁ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରାଯାଇଛି । ଓଡ଼ିଶାରେ ମଧ୍ୟ ଭୋଟ ଚୋରି କରି ସରକାର ଗଠନ ହୋଇଥିବା ଅଭିଯୋଗ ଆଣିଛନ୍ତି । ନବରଙ୍ଗପୁର ଲୋକସଭାର ନିର୍ବାଚନ ମଣ୍ଡଳୀରେ ମଧ୍ୟ କିଭଳି ଭୋଟ ଚୋରି କରାଯାଇଛି ତାହା ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ଷ୍ଟିୟରିଂ କମିଟି ଅଧ୍ୟକ୍ଷ ସଦନ ନାୟକ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଉଚ୍ଚଶିକ୍ଷିତ ଅଞ୍ଚଳରେ ଭୋଟ ଚୋରି ହେଉଛି । ସେହିଭଳି ଅବିଭକ୍ତ କୋରାପୁଟ ଜିଲା ଭଳି ପଛୁଆ ଅଞ୍ଚଳରେ ଭୋଟ ଜାଲିଆତି କରାଯାଇଥିବା ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ ବେହେରା, ତୁଫାନ ଷଡଙ୍ଗୀ, ଶ୍ରୀକାନ୍ତ ମିଶ୍ର, ପ୍ରଦୀପ ସାହୁ, ଅନାମ ଦିଆନ, ଶିବରାମ ରାଜୁଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ ।
ବଲାଙ୍ଗିର: ବର୍ତ୍ତମାନ ଦେଶରେ ବାରମ୍ବାର ବିଜେପି ସରକାରକୁ ଆସୁଛି । ଜନତାଙ୍କ ମୁଡ୍ ବିଜେପି ବିରୋଧି ଥିଲେ ହେଁ, ଭୋଟ ଗଣତି ବେଳକୁ ଅଚାନକ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ଲାଭ କରୁଛି । ଲୋକସଭା ହେଉ କି ବିଧାନ ସଭା ହେଉ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପାଇଁ ଦେଶର ନିର୍ବାଚନ କମିଶନକୁ ନିଜ ହାତ ବାରିଶି କରି ଦଳକୁ ସୁହେଇଲା ଭଳି ନିର୍ବାଚନ କମିଶନକୁ ଭୋଟ ଚୋରି ପାଇଁ ବ୍ୟବହାର କରୁଛି ବୋଲି ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ କୁ ଆହୁ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ଦଳ ତରଫରୁ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସହ ଆହୁରି ଆନୁସଙ୍ଗିକ ପ୍ରମାଣ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଅଭିଷେକ ମହାନନ୍ଦ ରାହୁଲ ଗାନ୍ଧୀ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀର ବିଡିଓ ପ୍ରଦର୍ଶନ କରିବା ସହ ରାହୁଲ ଙ୍କ ଅଭିଯୋଗ ର ସମସ୍ତ ଦିଗ ଗୁଡିକୁ ବ୍ୟାଖ୍ୟା କରିଥିଲେ । ଗୋଟିଏ ହାଉସହୋଲ୍ଡ ନମ୍ବରରେ ଶ୍ରହସ୍ରାଧିକ ଭୋଟର ବାହାରିବା, ଜଣେ ବ୍ୟକ୍ତି ର ନାଁ ଭୋଟର ଲିଷ୍ଟରେ ସଂଖ୍ୟାଧିକ ବୁଥ୍ରେ ବାହାରିବା, ଭୋଟର ଲିଷ୍ଟରେ ଅତି ଅସ୍ପଷ୍ଟ ଫଟୋ ଛପାହେବା, ଅନେକ ଭୋଟର ଲିଷ୍ଟରେ ହାଉସହୋଲ୍ଡ ନମ୍ବର ୦ ବାହାରିବା, ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଅନେକ ଲୋକେ ପ୍ରଥମଥର ଭୋଟଦାତା ଭାବେ ପଞ୍ଜିକୃତ ହେବା ଇତ୍ୟାଦିର ତର୍ଜମା କରି ଭୋଟ ଚୋରୀ ର ସମସ୍ତ ପ୍ରମାଣ ରାହୁଲ ଗାନ୍ଧୀ ଉପସ୍ଥାପନା କରିଛନ୍ତି ବୋଲି କଂଗ୍ରେସ ଦଳ ତରଫରୁ ସୂଚନା ଦିଆଯାଇଥିଲା । ଯାହାକି ସ୍ପଷ୍ଟ ସୁଚାଉଛି ଯେ ନିର୍ବାଚନ କମିଶନ ବର୍ତମାନ ଭାରତୀୟ ଜନତା ପାର୍ଟିର ହାତ ବାରିଶି ସାଜିଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅନିଲ ମେହେର, ବରିଷ୍ଠ ନେତା ମନୀଷ ମିଶ୍ର ମଂଚାସିନ ଥିବା ବେଳେ ସାନନ୍ଦ ମିଶ୍ର, ଯୁବନେତା ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିରନ ସେଠ, କୈ÷ଳାସ ମିଶ୍ର , ପ୍ରମୁଖ ଉପସ୍ଥିତ ଥିଲେ ।