ରଜ ଭୋଜି କରି ଫେରୁଥିଲେ... ବଜ୍ରପାତରେ ୨ ମହିଳା ମୃତ
ଗୁଣୁପୁର : ରଜ ଉପଲକ୍ଷେ ଭୋଜି କରି ଫେରୁଥିବା ବେଳେ ଅଘଟଣ ଘଟିଛି । ଗୁଡାରି ସହର ନିକଟସ୍ଥ ଭାଟିଆବିଲ ଗ୍ରାମ ନିକଟରେ ବଜ୍ରପାତରେ ଦୁଇ ମହିଳା ମୃତୁ୍ୟ ବରଣ କରିଛନ୍ତି । ସେହିପରି ଅନ୍ୟ ଜଣେ ଗୁରୁତର ଥିବା ଜାଣିବାକୁ ମିଳିଛି । ବଜ୍ରପାତରେ ଗୁରୁତର ତିନି ଜଣଙ୍କୁ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଗୁଣୁପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତିନି ଗୁରୁତରଙ୍କ ମଧ୍ୟରୁ ଗୁଣୁପୁର ମେଡିକାଲରେ ଦୁଇ ଜଣ ମହିଳାଙ୍କ ମୃତୁ୍ୟ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି । ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଚିକିସôିତ ହେଉଛନ୍ତି । ମୃତକ ମହିଳା ଗୁଡାରି ମିଲିଢେପ ସାହିର ସୋନାଲି ଗଉଡ ଓ ରୁପାଲି ଗଉଡ ବୋଲି ଜାଣିବାକୁ ମିଳିଛି । ଗୁରୁତର ଯୁବତୀ କାଜଲ ଗଉଡ ଏବେ ଚିକିତ୍ସିତ ହେଉଛନ୍ତି । ୪୦ ଜଣ ମହିଳା ରଜ ଉପଲକ୍ଷେ ଭୋଜି କରିବା ପାଇଁ ଯାଇ ଫେରୁଥିବା ବେଳେ ଏଭଳି ଦୁଃଖଦ ଅଘଟଣ ଘଟିଛି ।