ଫିଟ୍ ଇଣ୍ଡିଆ ସାଇକେଲ ରାଲି
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସିଆର ପିଏଫ୍ର ୧୨ ବାଟାଲିଅନ ପକ୍ଷରୁ ଫିଟ ଇଣ୍ଡିଆ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିକୁ ସିଆରପିଏଫ ୧୨ ବାଟାଲିଅନର କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ ସବୁଜ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ । ସିଆରପିଏଫ ର ଯବାନ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଏହି ସାଇକେଲ ରାଲିରେ ଅଂଶ ଗ୍ରହଣ କରିଥିଲେ । ଏହି ରାଲି ସିଆର ପିଏଫ କାର୍ଯାଳୟ ଠାରୁ ବାହାରି ସ୍ଥାନୀୟ ବସ ଷ୍ଟାଣ୍ଡ ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସିଆର ପିଏଫ ୧୨ ବାଟାଲିଅନର ଡେପୁଟି କମାଣ୍ଡାଣ୍ଟ ରାଜୀବ କୁମାର, ଇନ୍ସପେକ୍ଟର ଜୟସିଂ ନାୟକ, ଇନ୍ସପେକ୍ଟର ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।