ଗଡିଲା ଭୋଟର ସଚେତନତା ରଥ


ନବରଙ୍ଗପୁର:  ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଓ ରାଜ୍ୟ ବିଧାନସଭା ମତଦାନ ନେଇ ଭୋଟରଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି ।  ଜିଲ୍ଲାପାଳ ତଥା ଜିଲ୍ଲା ର୍ନିବାଚନ ଅଧିକାରୀ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ  ଆସନ୍ତା ମେ ମାସ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ଜିଲ୍ଲାର ସମସ୍ତ ଭୋଟର ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରିବା ଲାଗି ସଚେତନ ରଥ ଜିଲ୍ଲାର ସମସ୍ତ ବ୍ଲକ୍, ପଞ୍ଚାୟତ ବୁଲି ପ୍ର·ର କରିବ । ନିର୍ବାଚନରେ ସମସ୍ତ ମତଦାତା ସାମିଲ ହୋଇ ଅବାଧ, ନିରପେକ୍ଷ, ସ୍ୱ୍ଚ୍ଛ ଭାବରେ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଗଣତନ୍ତ୍ରକୁ ସଂସକ୍ତ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମହେଶ୍ର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ୍)ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ତଥା ର୍ନିବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି ଜିଲ୍ଲାପାଳ, ନିର୍ବାଚନ  ପି ମନସ୍ମିତା, ବିଡିଓ ନବରଙ୍ଗପୁର ସୁନୀଲ ଖରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡିପିଓ ହିମାଂଶୁ ପଟ୍ଟନାୟକ, ରାଜ୍ୟ ରାଜସ୍ୱ ଅମଲା ସଂଘ ସଭାପତି ବାଲାଜୀ ସାହୁ, ମହିଳା ମହାବିଦ୍ୟାଳୟର ଛାତ୍ରୀ ପ୍ରମୁଖ ଯୋଗଦେଇ ଥିଲେ ।