ଫୁଲବାଣୀ ମେଡିକାଲ କଲେଜ ଉଦଘାଟିତ; ସାକାର ହେଲା କନ୍ଧମାଳବାସୀଙ୍କ ସ୍ବପ୍ନ
ଫୁଲବାଣୀ : ପୂରଣ ହୋଇଛିି କନ୍ଧମାଳବାସୀଙ୍କ ବହୁ ଦିନର ସ୍ବପ୍ନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଉଦଘାଟନ କରିଛନ୍ତି । ମାଦିକୁନ୍ଦା ସ୍ଥିତ ରିଜର୍ଭ ପଡ଼ିଆ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ଅବତରଣ କରିଥିଲେ। ତିଲକପଡ଼ାଠାରେ ନବନିର୍ମିତ ମେଡିକାଲ କଲେଜ ଯାଇଥିଲେ । ସେଠାରେ କଲେଜ ଉଦ୍ଘାଟନ କରିବା ପରେ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଏକ ସଭାରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜିଲାପାଳ ଅମ୍ରିତ ଋତୁରାଜ, ମେଡିକାଲ କଲେଜ ଡିନ ଡ. ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ନବନିର୍ମିତ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରୀଛାତ୍ର ପଢ଼ିବା ବ୍ୟବସ୍ଥା ଥିବା ବେଳେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ରହିଛି ।