ହଷ୍ଟେଲ ପରିଚାଳନାରୁ ଶିକ୍ଷକଙ୍କୁ ନିବୃତ୍ତ ଦାବି
ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ: କନ୍ଧମାଳ ଜିଲା ନିଖିଳ ଉକôଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନୀରିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୁରଣ ନେଇ ଶନିବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ସରକାରଙ୍କ ଏସ୍ସି ଏସ୍ଟି ବିଭାଗ ଅଧିନରେ ଚାଲିଥିବା ବିଦ୍ୟାଳୟରେ ହଷ୍ଟେଲ ପରିଚାଳନାରୁ ଶିକ୍ଷକଙ୍କୁ ନିବୃତ କରିବାକୁ ଅନୁରୋଧ କରାଯାଇଛି । ଶିକ୍ଷକଙ୍କ ପ୍ରାଥମିକ ଦାୟିତ୍ୱ ହେଉଛି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା । ଆମ ବିଭାଗରେ ପିଲାମାନଙ୍କ ତୁଳନାରେ ଶିକ୍ଷକ କମ ରହିଛନ୍ତି । ଜଣେ ଶିକ୍ଷକଙ୍କୁ ଗୋଟିଏ ଦିନରେ ୬ରୁ ୭ ଟି ପିରିୟଡ ପାଠ ପଢ଼ାଇବାକୁ ପଡୁଛି । କିନ୍ତୁ ଆମକୁ ଯେଉଁ ଅତିରିକ୍ତ ଦାୟିତ୍ୱରେ ଛନ୍ଦି ଦିଆଯାଇଛି, ତାହା ଶିକ୍ଷାଦାନରେ ମାଧା ସୃଷ୍ଟି କରୁଛି । ମଧ୍ୟାହ୍ନ ଭୋଜନ ପରିଚାଳନା, ବିଲ ପ୍ରସ୍ତୁତି, ଛାତ୍ର ବୃତ୍ତି ପୋର୍ଟାଲ, ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ, ସକାଳେ ଏବଂ ସନ୍ଧ୍ୟାରେ କୋଚିଂ କ୍ଲାସ ଆଦି ଅତିରିକ୍ତ ଦାୟିତ୍ୱ ଆମ କାର୍ଯ୍ୟଭାରକୁ ଯଥେଷ୍ଟ ବୃଦ୍ଧି କରୁଛି । ଯାହା ଫଳରେ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରେ ଅବହେଳିତ ହେଉଛନ୍ତି । ମେସ ପରିଚାଳନାରେ ବ୍ୟାପକ କାର୍ଯ୍ୟ, ହଷ୍ଟେଲ ପରିଚାଳନାରେ ଉସôଗୀକୃତ କର୍ମଚାରୀ ଆବଶ୍ୟକ । ବାଳିକା ହଷ୍ଟେଲର ସୁରକ୍ଷା, ନିରାପତା, ପରିଚାଳନା ପାଇଁ ମ୍ୟାଟ୍ରନ ନିଯୁକ୍ତ କରାଯାଇଛି । କିନ୍ତୁ ସମ୍ପୂର୍ଣ୍ଣ ଦାୟିତ୍ୱ ଶିକ୍ଷକଙ୍କୁ ଦିଆଯାଉଛି । ତେଣୁ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ । ଶିକ୍ଷକଙ୍କୁ କେବଳ ଶିକ୍ଷାଦାନରେ ଲିପ୍ତ ରହିବାକୁ ଅନୁମତି ଦିଆଯାଉ । ସେହିପରିି ଆମ ବିଭାଗରେ ମେରିଟ ତାଲିକା ଉପରେ ଆଧାର କରି ବରିଷ୍ଠତା ନିୟମ ଅନୁସାରେ ଏମସିଟି ଶିକ୍ଷକଙ୍କ ଗ୍ରେଡେସନ ତାଲିକା, ଜିଲାସ୍ତରରେ ପଦୋନ୍ନତି ବ୍ୟବସ୍ଥା, ଏମ୍ସିଟି ଶିକ୍ଷକମାନଙ୍କୁ ଟିଜିଟି ଏବଂ ହେଡ ସେବକ ପଦବୀକୁ ନିୟମତି କରିବାକୁ ସଂଘ ଦାବି କରିଛି । ସଂଘ ସଭାପତି ରଂଜନ କୁମାର ପାଢ଼ୀ, ଉପ ସଭାପତି ରଂଜିତ କୁମାର ପ୍ରଧାନ, ମିନି ନାୟକ, ସାଧାରଣ ସମ୍ପାଦକ ସୁଧିର କୁମାର ସାହୁ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ପଣ୍ଡା, ସାରଳା ବେହେରା, ସଂଗଠନ ସମ୍ପାଦକ ସୁରଥ ଚନ୍ଦ୍ର ମୁନି, ଶୁଭମ ସଜନଙ୍କ ସମେତ ବହୁ ଶିକ୍ଷୟିତ୍ରୀ ଶିିକ୍ଷକ ଆସି ଏହି ଦାବିପତ୍ର ପ୍ରଦାନ କରିଥିଲେ ।