ବକ୍ତୃତା ପ୍ରତିଯୋଗିତାରେ ସତବର୍ତ୍ତା ଦ୍ୱିତୀୟ
ଚାନ୍ଦବାଲି: ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ଓ ସଂସ୍କୁତି ଓ ଉଚ୍ଚÿ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଓ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସାହିତ୍ୟ ସାଧକ ଶାନ୍ତୁନୁ ଆଚାର୍ଯ୍ୟ, ବିଶିଷ୍ଟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ତଥା ସାହିତ୍ୟିକ ପ୍ରଫେସର ନୀଳାଦ୍ରି ଭୁଷଣ ହରିଚନ୍ଦନ, ବରଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ସ୍ୱତନ୍ତ୍ର ଶାସନ ସଚିବ ଦେବୀ ପ୍ରସାଦ ଦାଶ ଯୋଗ ଦେଇଥିଲେ । ଏଥିରେ ।ଜ୍ୟସ୍ତରୀୟ କନିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ଅପର୍ତ୍ତି ଚରଣ ଉଚ୍ଚ ବିଦ୍ୟାଳୟ ଘଣ୍ଟେଶ୍ୱର ଭଦ୍ରକର ସପ୍ତମ ଶ୍ରେଣୀର ଛାତ୍ରୀ ସତବର୍ତ୍ତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।