ବିଭିନ୍ନ ସ୍ଥାନରେ +୨ ପରୀକ୍ଷା ଫଳ କଳାରେ ଲିପ୍ସା, ବିଜ୍ଞାନରେ ମନିଷ, ବାଣିଜ୍ୟରେ ନୀଳକମଲ ଟପର

କେନ୍ଦ୍ରାପଡା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟର +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ଲିପ୍ସା ମିଶ୍ର ୫୫୦ ନମ୍ବର ରଖି ଟପର ହୋଇଥିବା ବେଳେ ସୋଫିଆ ଫିରଦୋସ ୫୪୬ ନମ୍ବର ରଖି ଦ୍ୱିତୀୟ ଓ ସ୍ୱପ୍ନାରାଣୀ ନାୟକ ୫୪୩ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବିଜ୍ଞାନରେ ମନିଷ ଲେଙ୍କା ୫୬୪ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱତନ୍ତ୍ର ସଂଗ୍ରାମ ସ୍ୱାଇଁ ୫୬୩ ନମ୍ବର ରଖି ଦ୍ୱିତୀୟ ଓ ଆଫରିନ ସୁଲତାନା ୫୫୫ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟରେ ନୀଳକମଲ ଦାସ ୫୬୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଦିତ୍ୟ ବେହେରା ୫୬୦ ନମ୍ବର ରଖି ଦ୍ୱିତୀୟ ସ୍ଥାନ, ବିକ୍ରମ ମଲିକ ଓ ରଶ୍ମି ରଂଜନ ମହାନ୍ତି ୫୫୪ ନମ୍ବର ରଖି ଉଭୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ କଲେଜର କଳା ବିଭାଗରେ ମୋଟ୍ ୩୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୧ ଜଣ ପ୍ରଥମ ଶ୍ରେଣୀ, ୭୮ ଜଣ ଦି୍ୱତୀୟ ଶ୍ରେଣୀ ଓ ୯୩ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବିଜ୍ଞାନରେ ୫୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫ ଜଣ ପ୍ରଥମ ଶ୍ରେଣୀ, ୭୮ ଜଣ ଦି୍ୱତୀୟ ଶ୍ରେଣୀ ଓ ୧୬ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଣିଜ୍ୟ ମୋଟ୍ ୩୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୩ ଜଣ ପ୍ରଥମ ଶ୍ରେଣୀ, ୫୦ ଜଣ ଦି୍ୱତୀୟ ଶ୍ରେଣୀ ଓ ୬୩ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା କଲେଜ ସୂତ୍ରରୁ ଜଣାପଡିଛି ।
ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ +୨ରେ ସଫଳତା ମିଳିଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧୪ ଜଣ ଛାତ୍ରଛାତ୍ରୀ +୨ରେ ନାମ ଲେଖାଇଥିବା ବେଳେ ୧୦୭ଜଣ ପରୀକ୍ଷା ଦେଇଥିଲେ । ସାତଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ୧୭ଜଣ ଫେଲ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୪ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୧ଜଣ ଓ ତୃତୀୟ ଶ୍ରେଣୀରେ ୫୫ଜଣ ପାସ କରିଛନ୍ତି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସବିତା ଜେନା ସର୍ବୋଚ୍ଚ ୫୧୫ନମ୍ବର ରଖିଛନ୍ତି । ସୂଚନା ଥାଉକି, ନାଗାନାରାୟଣ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୨୦୨୩ ଶିକ୍ଷାବର୍ଷଠାରୁ ଉଚ୍ଚ ମାଧ୍ୟମିକ ମାନ୍ୟତା ମିଳିବା ସହ +୨କଳା ଶ୍ରେଣୀ ଖୋଲିଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମାନସରଂଜନ ମିଶ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।