ମହିଳାଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କଲା ବିଜେଡି
ଯାଜପୁର: ଏକଦା ମହିଳାଙ୍କୁ ଭୋଟ ବ୍ୟାଙ୍କ କରିପାରିଥିବା ବିଜେଡିକୁ ଗତ ନିର୍ବାଚନରେ ଶକ୍ତ ଧକ୍କା ଲାଗିଥିଲା । ମିଶନଶକ୍ତି ବଳରେ ବଳିଆନ ହୋଇପାରିଥିବା ବିଜେଡ଼ିକୁ ବିଜେପିର ‘ସୁଭଦ୍ରା’ ଭାରି ପଡ଼ିଥିଲା । ନିର୍ବାଚନରେ ବାଜିମାତ କରିବାର ବର୍ଷର ସଫଳତା ବିଜେପି ପାଳନ କରୁଥିବା ବେଳେ ବିଜେଡ଼ି ପରାଜୟର ଗ୍ଲାନିରୁ ବାହାରିବାକୁ ଚେଷ୍ଟା ଆରମ୍ଭ କରିଛି । ଯାହାର ପ୍ରଥମ ସୋପାନ ମହିଳାଙ୍କ ମାଧ୍ୟମରେ ଏକଦା ବିଜେଡ଼ିର ଗଡ଼ ଥିବା ଯାଜପୁରରୁ ଆରମ୍ଭ କରିଛି । ଯାଜପୁର ନିର୍ବାଚନ ମଣ୍ଡଳୀ ବରୁଅାଁରେ ହଜାର ହଜାର ମହିଳାଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ । ପ୍ରଥମ ଶକ୍ତି ପ୍ରଦର୍ଶନରେ ଦଳର ଜଣାଶୁଣା ତୁଙ୍ଗନେତ୍ରୀ ସମବେତ କେବଳ ହୋଇନଥିଲେ ଯାଜପୁର, ବରୀ, କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକରୁ ହଜାର ହଜାର ମହିଳା ସାମିଲ ହୋଇଥିଲେ । ଜନଜାଗରଣ ଅଭିଯାନରେ ସାମିଲ ମହିଳା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ମଞ୍ଚସ୍ତଳକୁ ପ୍ରକମ୍ପିତ କରିଥିଲେ । ମଞ୍ଚରେ ଥିବା ନେତ୍ରୀ ସମବେତ ମହିଳାଙ୍କୁ ଉପସ୍ଥିତକୁ ଦେଖି ବେଶ ଉସôାହିତ ହୋଇ ବିଜେପି ସରକାର ବିରୁଦ୍ଧରେ ବିଷ ଉଗାଳିଥିଲେ । ସରକାରକୁ ଆସିିବାର ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର ଜିଲାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ୪ଥର ଗସ୍ତ କରି ବିଜେଡି ସରକାରକୁ ବହେ କୋଷି ଥିବା ବେଳେ, ଦଳୀୟ ନେତା/କର୍ମୀ ବିଜେଡି ଗଡ ଦୁଲୁକାଇଛନ୍ତି । ସରକାରରୁ ଯିବାର ବର୍ଷକ ପରେ ବିଜେଡ଼ି ଯେଉଁ ମହିଳାଙ୍କ ଭୋଟ ଉପରେ ୨୪ବର୍ଷ ଧରି କ୍ଷମତାରେ ଥିଲା ସେହି ମହିଳାଙ୍କ ମାଧ୍ୟମରେ ସଫଳ ଶକ୍ତି ପ୍ରଦର୍ଶନ କରିବା ଘଟଣା ଶାସକ ଦଳକୁ ଖୋଲା ଚ୍ୟାଲେଞ୍ଜ କରିବା ପରି ହୋଇଛି ।