ବଙ୍ଗୋପସାଗରରେ ତିନୋଟି ଲଘୁଚାପ : ଆକଳନ କଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ତିନୋଟି ଲଘୁଚାପ :  ଆକଳନ  କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ତିନୋଟି ଲଘୁଚାପ ହେବାର ଆକଳନ କରିଛି ପାଣିପାଗ ବିଭାଗ । ତିନୋଟି ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । ବର୍ତ୍ତମାନ ସମୟରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୨୬ରେ ଗୋଟିଏ ଏବଂ ୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି । ପାଣିପାଗ ବିଭାଗର  ରିପୋର୍ଟ  ଅନୁଯାୟୀ, ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାକୁ ରେଡ଼ ଆଲର୍ଟରେ ରଖାଯାଇଥିବା ବେଳେ ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରହିଛି ।