ବିଦ୍ୟୁତ ଆଘାତରେ ଦୁଇ ମୃତ

ବିଦ୍ୟୁତ ଆଘାତରେ ଦୁଇ ମୃତ

ପୁରୀ : କାଳୀ ପୂଜା ପାଇଁ ପୁରୀ ବିରଗୋବିନ୍ଦପୁର ଠାରେ ଥିବା ଦକ୍ଷୀଣକାଳୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମୁଥିବା ସମୟରେ ଘଟିଛି ବଡ଼ ଅଘଟଣ । ବିଦ୍ୟୁତ ଆଘାତରେ ଦୁଇ ମୃତ । ବିଦ୍ୟୁତ  ସର୍ଟସର୍କେଟରୁ ଏଭଳି ହୋଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଘଟଣାସ୍ଥଳରେ, ସତ୍ୟବାଦୀ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଉଭୟଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଆଉଜଣେ ମହିଳା ଅଛନ୍ତି ।