ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକୋତ୍ସବ

 ପାଣିକୋଇଲି : ବରିଷ୍ଠ ନାଗରିକ ମଞ୍ଚ ପାଣିକୋଇଲିର ପଞ୍ଚମ ବାର୍ଷିକୋତ୍ସବ ସଭାପତି ନୃସିଂହ ଚରଣ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ କୋରେଇ ବିଧାୟକ ଆକାଶ ଦାସ ନାୟକ  ଉଦଘାଟନ କରିଥିଲେ । ଅତିଥି ଭାବେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରସନ୍ନ କୁମାର ଦାସ, ମହାସଂଘର ଉପସଭାପତି ପ୍ରବୋଧ କୁମାର ନାୟକ, ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରା, ପାଣିକୋଇଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ମାନସ ରଂଜନ ବେହେରା, ପ୍ରବଚକ ପଣ୍ଡିତ ଡ଼ ସୂର୍ଯ୍ୟମଣୀ ଖୁଣ୍ଟିଆ, ମା’ତାରିଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚନ୍ଦ୍ରକାନ୍ତ ମହାନ୍ତି, କାଳି କାମୋଜୀ କଳକୀର ସମ୍ପାଦକ ଘନଶ୍ୟାମ ପରିଡ଼ା ପ୍ରମୁଖ ଯୋଗ ଦେଇ ସମାଜରେ ବରିଷ୍ଠ ନାଗରିକ ମାନଙ୍କର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମଞ୍ଚର ଉପଦେଷ୍ଟା ପ୍ରାଧ୍ୟାପକ ଉମାକାନ୍ତ ଖଣ୍ଡାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାକ ସୁରେନ୍ଦ୍ର ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ପାଣିକୋଇଲିର ଦୁଇ ଅଗ୍ରଣୀ ସ୍ୱେଚ୍ଛାସେବୀ  ଶେଷ ପରିଚୟ ଓ ଆମେ ଆପଣଙ୍କ ପାଇଁ ଡେଲପିଙ୍ଗ ଗ୍ରୁପ ସମେତ  ବରିଷ୍ଠ ନାଗରିକ ମଞ୍ଚର ୩ ବର୍ଷିୟାନ ସଦସ୍ୟ ଓ ୫ ଜଣ କୃତି ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗଦାଧର ବେହେରା, ଚକ୍ରଧର ସାହୁ,ଗଦାଧର ସାହୁ, କୋରେଇ ଉନ୍ନୟନ ପରିଷଦର ସଭାପତି ଶ୍ରୀଧର ଦାସ, ଧନଞୟ କେଶରୀ ରାଉତରାୟ, କୃଷ୍ଣଚନ୍ଦ୍ର ସାହୁ, ଗୋଳେଇପୁର ସରପଞ୍ଚ ସସି୍ମତା ମାଝୀ, ସୁର୍ଯ୍ୟମଣୀ ପଣ୍ଡା, କଳ୍ପତରୁ ମହାପାତ୍ର, ନିରଞନ ରାଉତ, ରାମଚନ୍ଦ୍ର ମଳିକ, ସଙ୍ଗଠନ ସମ୍ପାଦକ ସତ୍ୟରଞ୍ଜନ ସ୍ୱାଇଁ, ବାବାଜୀ ଚରଣ ରାଉତଙ୍କ ସମେତ ସମସ୍ତ ସଦସ୍ୟ ଅଂଶଗ୍ରହଣ କରି କରିଥିଲେ । ମଂଚର ସଦସ୍ୟ ସତ୍ୟାନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।