ନିମାପଡ଼ା ମହୋତ୍ସବ ଉଦ୍ୟାପିତ
ନିମାପଡ଼ା: ସସ୍କୃତି ବିଭାଗ, ନିମାପଡ଼ା ମହୋସôବ କମିଟି ଓ ହେଲ୍ପଲାଇନ ସହଯୋଗରେ ଅନୁଷ୍ଠିତ ତ୍ରିଦିବସୀୟ ୨୪ତମ ନିମାପଡା ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ସ୍ଥାନୀୟ ମୁକ୍ତାକାଶ ରଙ୍ଗମଞ୍ଚରେ ଏନ୍ଏମ୍ ଗ୍ରୁପ ଅଧ୍ୟକ୍ଷ ଅନେଶ ଦାଶ, ରିଚା ପରିଡା, ହେଲ୍ପଲାଇନ ସଭାପତି ଅକ୍ଷୟ ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ ଓ ପ୍ରତାପ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । କୋଲକାତାର ଭାରତ ନାଟ୍ୟମ ଓ ରଘୁରାଜପୁର ଗୋଟିପୁଅ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା । ମହୋତ୍ସବକୁ ସୁନ୍ଦର କରିବା ପାଇଁ ପଲିଶ୍ରୀ ମେଳା, ଅପେରା ଓ ବିଭିନ୍ନ ଷ୍ଟଲ ରହିଥିଲା । ପ୍ରତାପ ରାଉତ ଓ ନିରଞ୍ଜନ ପଳତା ମଞ୍ଚ ପରିଚାଳନା କରିଥିଲେ ।