୩୦ ବର୍ଷ ଧରି ଶବସତ୍କାର କରୁଛନ୍ତି କ୍ଷୀରୋଦ

୩୦ ବର୍ଷ ଧରି ଶବସତ୍କାର କରୁଛନ୍ତି କ୍ଷୀରୋଦ

ତାଳଚେର : ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ସମାଜସେବୀ କ୍ଷୀରୋଦ ସାହୁ । ସେବା କରିବାର ମନବୃତ୍ତି ନେଇ ଦୀର୍ଘ ବର୍ଷ ହେଲା ଏହି କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ମର ଶରୀରକୁ ବାସଭବନ ଠାରୁ କାନ୍ଧରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ଯାଇ ଦାହ କରିବାରେ ସହଯୋଗ କରନ୍ତି ଶ୍ରୀ ସାହୁ  । ସେ ଆଜି ପର୍ଯ୍ୟନ୍ତ ମୋଟ ୧୪ ହଜାର ୬୬୨ ଶବ ସତ୍କାର କରିଛନ୍ତି । ସେଥିମଧ୍ୟରୁ ଗ୍ରାମ ଶ୍ମଶାନ ଘଣ୍ଟପଡାରେ ୫୮୧୧, ତାଳଚେର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଶ୍ମଶାନରେ ୨୭୮୪, ତାଳଚେର ମୁନିସପାଲଟି ଶାନ୍ତିଧାମ ଶ୍ମଶାନରେ ୧୯୩୭, କଣିହାଁ ବ୍ଲକରେ ୮୧୪, ଛେଣ୍ଡିପଦା ବ୍ଲକରେ ୨୪୩, ବଅଁରପାଳ ବ୍ଲକ ୨୩୮, ଆଠମଲ୍ଲିକ ୧୨୩, ଅନୁଗୁଳ ପୌର ପତିଷଦରେ ୨୫୬, ପଲଲହଡ଼ାରେ ୬୬, ଖୀଷ୍ଟ୍ରିଆନ ଶ୍ମଶାନ ଅନୁଗୋଳ ରେ  ୫୩, ସେହିପରି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକରେ ୫୩୮, ହିନେ୍ଦାଳ ବ୍ଲକରେ ୬୮୦, ଓଡ଼ାପୋଡା ବ୍ଲକରେ ୪୦, କାମାକ୍ଷାନଗରରେ ୫୮, ଭୁବନରେ ୩୭, ଅଚିହ୍ନା ଶବ ସକôାର ୧୬୯, ପୁରୀ ସ୍ୱର୍ଗଦ୍ୱାର ୮୧୫ ଜଣକୁ ବିଭିନ୍ନ ଶ୍ମଶାନରେ ଉପସ୍ଥିତ ରହି ଶବ ସତ୍କାରରେ ସହଯୋଗ କରି ଆସିଛନ୍ତି । ଆଜି ପର୍ଯ୍ୟନ୍ତ ୧୦ ହଜାର ୧୦୩ ଶବକୁ ନିଜ କାନ୍ଧରେ ଘର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ବୋହି ନେଇଛନ୍ତି । ସେହିପରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶ୍ମଶାନରେ ୯୭୩୯ ଶବକୁ ପୋଡିବାରେ ସହଯୋଗ କରିଥିବା ବେଳେ ୪ ହଜାର ୧୦୮ ଟି ମୃତ ଶରୀରକୁ ଗାତ ଖୋଳା କରି ପୋତିବାରେ ସହଯୋଗ କରିଛନ୍ତି  । ଏଥି ମଧ୍ୟରୁ କିଛି ପରିବାର ସଦସ୍ୟଙ୍କ ସ୍ୱଇଚ୍ଛାରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ କରିବା ପାଇଁ ୮୧୫ଜଣ ଶବ ବୁହା ଗାଡିରେ ଯାଇଛନ୍ତି । ଶହୀଦ ଯବାନ, ସ୍ୱାଧୀନତା ସଂଗମୀ, ବିଶିଷ୍ଟ ବ୍ୟକ୍ତି ୫୩୦ଜଣଙ୍କର ଘର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ମର ଶରୀର ଶୋଭାଯାତ୍ରାରେ ଉପସ୍ଥିତି ରହି ସହଯୋଗ କରିଛନ୍ତି । ଏହା ବ୍ୟତୀତ ଶ୍ରୀ ସାହୁ କୌଣସି ପରିବାର ସଦସ୍ୟ ଅସମୟରେ ଚାଲିଗଲେ ତାଙ୍କ ଘରେ ପହଞ୍ଚି ଖଇନିଆ, ଦଉଡି, ନୂତନ ବସ୍ତ୍ର, ଫୁଲ, ଚନ୍ଦନ କାଠ,  କୋଇଲା ଇତ୍ୟାଦି ଯୋଗାଡ଼ କରିଥାନ୍ତି  । ସେହିପରି ଗତ ୨୦୧୯ ମହାମାରୀ କରୋନା ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିବା ୨୫୦ରୁ ଊଦ୍ଧ୍ୱର୍ ମୃତ ଶରୀରକୁ ଶବ ସକôାର କରିଥିଲେ । ସେହିପରି ଗତ ୨୦୨୩ ଜୁନ ୨ ତାରିଖରେ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ସ୍ଥଳରେ ପହଂଚି ଟ୍ରେନ ବଗି ମଧ୍ୟରୁ ଅନେକ ମୃତଦେହ ବାହାର କରିବାରେ ସହଯୋଗ କରିଥିଲେ । ବିଭିନ୍ନ ସମୟରେ ଶବ ସକôାର ପାଇଁ ସମାଜସେବୀ କ୍ଷୀରୋଦ ସାହୁ ମଶାଣି ବନ୍ଧୁ ଭାବେ ପରିଚିତ ହୋଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶବର ସାଥି, ଦାନବୀର ହରିଶ୍ଚଚନ୍ଦ୍ର ସମ୍ମାନ ମଧ୍ୟ ପାଇଛନ୍ତି ।