ବର୍ଷାରେ ଚାଲିଛି ପିଚୁ କାର୍ଯ୍ୟ
ଚାନ୍ଦବାଲି : ଚାନ୍ଦବାଲି-ବିଗତ ଦିନରେ ପୂର୍ବତନ ସରକାରଙ୍କ ଅଣ ଓଡ଼ିଆ ଅଫିସର ପାଇଁ ରାଜ୍ୟ ସରକାର ଗାଦିଚୁତ ହୋଇ ଥିବା ବେଳେ, ଏବେବି ଅଣ ଓଡ଼ିଆ ଠିକାଦାରଙ୍କ ରାଜୁତି ଥମିବାରେ ନାଁ ଧରୁନି । ଓଡ଼ିଶାରେ ଆସି ଓଡ଼ିଆଙ୍କୁ ନାଲିଆଖି ଦେଖେଇ ବାକୁ ପଛାଉ ନାହାନ୍ତି । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗଦି ପଞ୍ଚୁଟୀକ୍ରି ରାସ୍ତା କାର୍ଯ୍ୟରେ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ରାସ୍ତା ମରାମତି ଅଧିନରେ ରାସ୍ତାକାର୍ଯ୍ୟ ଗଦି ପଞ୍ଚୁଟିକ୍ରି ରାସ୍ତା କାର୍ଯ୍ୟ ବିନା ଫଳକରେ ଚାଲିଥିବାର ଆଗରୁ ଅଭିଯୋଗ ହୋଇ ଆସୁଥିବା ବେଳେ, ଗଣମାଧ୍ୟମ ଖବର ପ୍ରସାରଣ କରିବାକୁ ଯିବା ସମୟରେ ଅଣ ଓଡ଼ିଆ ଠିକାଦାରଙ୍କ ଦାଦାଗିରି ଦେଖିବାକୁ ମିଳିଛି ।
- କୋମାରେ ବିଭାଗୀୟ ଯନ୍ତ୍ରୀ
- ସାମ୍ବାଦିକଙ୍କୁ ଠିକାଦାରଙ୍କ ନାଲି ଆଖି
ରାସ୍ତାରେ ନିମ୍ନମାନର କାର୍ଯ୍ୟ କରିବା ସହିତ ପୂର୍ବତନ ସରକାରଙ୍କ କୁଜିନେତାଙ୍କୁ ହାତ ବାରିସୀ କରି ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ରାସ୍ତାର ଅନିୟମିତତା ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ବିଭାଗ କୋମାରେ । ରାସ୍ତାର ସ୍ଥାଇକୁ ନେଇ ଅଞ୍ଚଳବାସି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଥିବାବେଳେ, ନୂତନ ସରକାର ଉକ୍ତ ଅଣ ଓଡ଼ିଆ ଠିକାଦାର ଉପରେ କାର୍ଯ୍ୟନୁଷ୍ଠାନ ନେବାରେ ବିଫଳ । ଗମନା ଗମନ କ୍ଷେତ୍ରରେ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବୟ ବରାଦ କରୁଛନ୍ତି ସତ ହେଲେ କିଛି ବିଭାଗୀୟ ଯନ୍ତ୍ରୀ ଏବଂ ଦୃନୀତି ଖୋର ଅଣ ଓଡ଼ିଆ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ରାସ୍ତାର କାର୍ଯ୍ୟ ଅଳ୍ପ ଦିନରେ ବେହାଲ ହୋଇପଡୁଛି । ଜନ ସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗଦି ପଞ୍ଚୁଟିକ୍ରି ରାସ୍ତାରେ । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଭଦ୍ରକରୁ ଧାମରା ଯୋଗାଯୋଗ ଦୂରତା କମ ପାଇଁ ଗଦି ଠାରୁ ପଞ୍ଚୁଟିକ୍ରି ଘାଟ ପର୍ଯ୍ୟନ୍ତ ୧୦କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି ହେଲେ ରାସ୍ତାର ସ୍ଥାଇତ୍ୱକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ସମିତି ସଭ୍ୟାଙ୍କ ପ୍ରତିନିଧି ସୁଶାନ୍ତ ନାୟକ । ସୂଚନା ମୁତାବକ ଆଜକୁ ଦୀର୍ଘ ବର୍ଷ ହେବ ଗଦି ପଞ୍ଚୁଟିକ୍ରି ରାସ୍ତା ଜନ ସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି । ହେଲେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ହାତକୁ ରାସ୍ତାର ନୂତନ କାର୍ଯ୍ୟ ଭାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।