ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ
ମାଲକାନଗିରି : ଜିଲ୍ଲା ଆଇନୀସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଜିଲ୍ଲା ଜଜ୍ ଡ. ପ୍ରସନ୍ନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଚାଲାଣଗୁଡ଼ା ପଞ୍ଚାୟତରେ ବିଶ୍ୱ ଶିଶୁ ଶ୍ରମିକ ନିରୋଦ୍ଧ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଆଇନିସେବା ପ୍ରାଧିକରଣଙ୍କ ସଚିବ ସୁଶ୍ରୀ ସଂଗୀତା ପାତ୍ର, ମୁଖ୍ୟ ଆଇନିସେବା ପ୍ରତିପକ୍ଷ ଅଧିବକ୍ତା ଅଶୋକ ପଟ୍ଟନାୟକ, ଉପମୁଖ୍ୟ ଆଇନସେବା ପ୍ରତିପକ୍ଷ ଅଧିବକ୍ତା ରାଜେଶ ପଟ୍ଟନାୟକ, ସହାୟକ ଆଇନ ସେବା ପ୍ରତିପକ୍ଷ ଅଧିବକ୍ତା ସାଗର ପାଣିଗ୍ରାହୀ ଚାଲାଣଗୁଡ଼ା ସରପଞ୍ଚ ଅରକ୍ଷିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ଅନ୍ୟ ଅଧିବକ୍ତା ଶିଶୁ ଶ୍ରମିକ ନିରୋଧ ଆଇନ, ଶିଶୁ ଶ୍ରମିକ ନିୟୋଜନ ଦ୍ୱାରା ଉପୁଜୁଥିବା ବିଭିନ୍ନ ଅସୁବିଧା ବିଷୟରେ ବୁଝାଇବା ସହ ଶିଶୁଙ୍କ ଅଧିକାର ସୁରକ୍ଷିତ ରଖି ସେମାନଙ୍କୁ ଶିକ୍ଷିତ କରି ଏକ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ବାରମ୍ବାର ଆବେଦନ କରିବା ସ୍ୱତେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପାଇପାରୁ ନ ଥିବା ବିଷୟରେ ଆଇନିସେବା ସଚିବଙ୍କୁ ଅଭିଯୋଗ କରିଥିଲେ । ପଂଚାୟତରେ ଏହିପରି ଶତାଧିକ ଲୋକ ବାରମ୍ବାର ଆବେଦନ କରିବା ସ୍ୱତେ ସେମାନଙ୍କ ଭତ୍ତା ପାଇ ପାରୁନଥିବା କଥା ସରପଞ୍ଚଙ୍କ ନଜରକୁ ଆଣିଥିଲେ ।