ବଳଙ୍ଗା ଘାଟିରେ ପୁଣି ଭୁସ୍ଖଳନ

କନ୍ଧମାଳ : କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ କଳିଙ୍ଗାଘାଟିରେ ପୁଣି ଭୂସ୍ଖଳନ । ବର୍ଷାରେ ପୁଣି ଧୋଇଯାଇଛି କଳିଙ୍ଗା ଘାଟି ରାସ୍ତା। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର, ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ରେ ମଧ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଥିଲା। ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ଛିନ୍ନ ହୋଇଯାଇଛି। ସେପ୍ଟେମ୍ବର ୧୮ରେ ୩ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ମରାମତି କାର୍ଯ୍ୟ ଚାଲିଥିଲା। ମାତ୍ର ଆଜି ପୁର୍ନବାର ବର୍ଷା ଫଳରେ ପଡିଥିବା ପଥର, ବାଲି ଏବଂ ଗୋଡି ସବୁ ଧୋଇଯାଇଛି। କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି।