ରାଜ୍ୟରେ ୧୫ ମାସରେ ୧୫ ଆତ୍ମଦାହ

ଭୁବନେଶ୍ବର : ରାଜ୍ୟରେ ବିଗତ ୧୫ ମାସରେ ୧୫ ଜଣ ମହିଳା ଓ ଯୁବତୀ କରିଛନ୍ତି ଆତ୍ମଦାହ। ଏନେଇ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ତୁଷାରକାନ୍ତି ବେହେରା ରାଜ୍ୟରେ କେତେଜଣ ଆତ୍ମଦାହ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ୧୫ ମାସରେ ୧୫ ଜଣ ମହିଳା ଆତ୍ମଦାହ କରିଛନ୍ତି । ୧୫ ଜଣଙ୍କ ମଧ୍ୟରୁ କଟକରେ ୩ ଓ ବାଲେଶ୍ଵର ଓ ବ୍ରହ୍ମପୁରରେ ୨ ଜଣ ଲେଖାଏ ରହିଛନ୍ତି ବୋଲି କହିଛନ୍ତି ।