ବଳଦେବଜୀଙ୍କର ଗଜ ଉଦ୍ଧାରଣ ବେଶ

 କେନ୍ଦ୍ରାପଡା  : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ଗଜ ଉଦ୍ଧାର ବେଶ ଆଜି ବୈଶାଖ ପୂର୍ଣ୍ଣିମା ରେ ତୁଳସୀ କ୍ଷେତ୍ରର ଖେତ୍ରଧିପତି ପ୍ରଭୁ ବଳଦେବଜୀଉଙ୍କ  ଗଜ ଉଦ୍ଧାରଣ  ବେଶ ଅନୁଷ୍ଠିତ ହୋଇଛି  । ଜଗନ୍ନାଥ  ପାଖରେ ପକ୍ଷୀ ରାଜ ଗରୁଡ଼ ବିରାଜମାନ, କାନ୍ଧରେ ମହାଲକ୍ଷ୍ମୀ, ନାରାୟଣଙ୍କ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମରେ  ସଜ୍ଜିତ ବେଶରେ ହସ୍ତୀ କୁମ୍ଭୀରକୁ ସାମିଲ କରାଯାଇ ଗର୍ଭଗୃହ ଚଟାଣରେ କୃତିମ ଜଳ ବନ୍ଦୀ ବଡ଼ ସାଇତି ସେବାୟତଙ୍କ ଦ୍ୱାରା କରାଯାଇଥିଲା  । ଏହି ବେଶ ସଂପୂର୍ଣ୍ଣ  ଗର୍ଭ ଗୃହରେ ସୀମିତ ଥିବାରୁ  ଭକ୍ତଙ୍କୁ ଭିତରକୁ ଛଡଯାଇ ନଥିଲା  । ଭୋଗ ମଣ୍ଡପରେ ଭକ୍ତ ଦର୍ଶନର ସୁଯୋଗ ନେଇଥିଲେ  । ପରେ ଜୀଉଙ୍କ ରାତ୍ର ଧୂପ, ପଣା, ପଖାଳ, ବଡ଼ସିଂହାର, ପୁଷ୍ପାଞ୍ଜଳି ହୋଇ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିବା ସୂଚନା ମିଳିଛି । ୪ ଦିନ ବ୍ୟାପି ବିଶ୍ୱ ମହାଯଜ୍ଞ ରଥଦାଣ୍ଡରେ ଅନୁଷ୍ଠିତ ହୋଇଥିବାରୁ ଆଜି ଯଜ୍ଞର ଅନ୍ତିମ ପୂର୍ଣ୍ଣାହୂତି ହେଉଥିବାରୁ ହଜାର ହଜାର ଭକ୍ତ ଯଜ୍ଞକୁ ଦର୍ଶନ କରିବା ସହ ଶ୍ରୀ ବଳଦେବଜୀଉଙ୍କର ଗଜ ଉଦ୍ଧାରଣ ବେଶ ଦର୍ଶନ କରିଛନ୍ତି  ।