ଶଙ୍କରେଶ୍ୱରଙ୍କ କ୍ଷୀରସାଗର ମହୋସବ

 ପୁରୀ : ବୈଶାଖ ପୂର୍ଣ୍ଣମୀ ବା ଚନ୍ଦନ ପୂର୍ଣ୍ଣମୀ ଅବସରରେ ଶଙ୍କରପୁରରେ ବିଜେ କରିଥିବା ଶ୍ରୀ ଶ୍ରୀ ଶଙ୍କରେଶ୍ୱର ଦେବଙ୍କ ପ୍ରସିଦ୍ଧ କ୍ଷୀରସାଗର ମହୋସôବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଶଙ୍କରେଶ୍ୱରଙ୍କୁ କ୍ଷୀରାଭିଷେକ କରାଯାଇଥିଲା । ଶଙ୍କରେଶ୍ୱର ଦେବ ଅଠର ଦେଶ ଯାଦବ ମହାସଂଘ ପକ୍ଷରୁ ଶଙ୍କରେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସଂଗେଂସଂଗେ ମହଣ ମହଣ କ୍ଷୀର ଢଳାଯାଇଥିଲା । କ୍ଷୀରାଭିଷେକ ପାଇଁ ପୁରୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ, ଚନ୍ଦନପୁର ଓ କଣାସ ଆଦି ଅଠରଦେଶର ସହସ୍ରାଧିକ ଗୋପାଳ ବା ଯାଦବ ଶଙ୍କରେଶ୍ୱର ପୀଠରେ ସମବେତ ହୋଇଥିଲେ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା କ୍ଷୀରାଭିଷେକ । ସମବେତ ଭକ୍ତଙ୍କ ଜୟଧ୍ୱନି ଓ ଭକ୍ତିପୂତ ଭାବଗମ୍ଭୀର ପରିବେଶ ମଧ୍ୟରେ ଶ୍ରୀ ଶଙ୍କରେଶ୍ୱରଙ୍କ ଶ୍ରୀମସ୍ତକରେ ଶହ ଶହ ଗରା କ୍ଷୀର ଢଳାଯାଇଥିଲା । ଏହି ଅବସରରେ ବହୁ ଭକ୍ତ ଶଙ୍କରେଶ୍ୱରଙ୍କ ଦର୍ଶନ କରିଥିଲେ । ଠାକୁରଙ୍କୁ କ୍ଷୀରୀ, ଖେଚୁଡ଼ି, ଡ଼ାଲମା ଓ ବିଭିନ୍ନ ବ୍ୟଞ୍ଜନ ଭୋଗ କରାଯାଇଥିଲା । ଶହ ଶହ ଭକ୍ତ ପ୍ରଭୁ ଶଙ୍କରେଶ୍ୱରଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ଚଳିତବର୍ଷର କ୍ଷୀରସାଗର ମହୋସôବରେ ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମାଜସେବୀ ରାମକୃଷ୍ଣ ହୋତା, ଶୁଭାଶିଷ ଖୁଣ୍ଟିଆ, ଅଠର ଦେଶ ଯାଦବ ସମିତିର ସଭାପତି ଗଙ୍ଗାଧର ବେହେରା, ଉପସଭାପତି ଚିତ୍ତରଞ୍ଜନ ଜେନା, ସମ୍ପାଦକ ପ୍ରଶାନ୍ତ କୁମାର ଯାଦବ, କୋଷାଧ୍ୟକ୍ଷ ଗୌରାଙ୍ଗ ବେହେରାର, ସହ ସଂପାଦକ ପିତ୍ତବାସ ବେହେରା, ପୁରୀ ସିଂହସ୍ଥାନ ଯାଦବ ସମିତିର ସଭାପତି ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।