ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ରାଜନଗର : ରାଜନଗର ବ୍ଲକ ସଦର ମହକୁମା ସ୍ଥିତ ହଂସୁଆ କଳାÿପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠାନର କୃତି ଛାତ୍ରୀ ବନ୍ଦନା ଦାସଙ୍କ (ଲୁଇ)ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଫୁଲ୍ଲ ଦାସ ଙ୍କ ସଭାପତିତ୍ୱରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଶତୃଘନ ତରାଇ ବନ୍ଦନା ଙ୍କୁ ଜଣେ ଉଚ୍ଚମନା, ସାହାସୀ ପିଲାକୁ ଆମେ ହରାଇ ଦେଲୁ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ମୃତୁ୍ୟ ଆମପାଇଁ ବେଶ କଷ୍ଟକର, ବନ୍ଦନା ଆମ ସମସ୍ତଙ୍କ ପାଇଁ ଅମର ହୋଇ ରହିବ ବୋଲି ଗୁରୁ ମନୋଜ ଦାଶ, ବାଲ୍ମୀକି ଜେନା, ରୂପଶ୍ରୀ ରାଉଳଙ୍କ ସହ ଛାତ୍ରଛାତ୍ରୀ ସଚିନ ଦାସ, ଦେବରତୀ ରାଉତ, ପୂଜାରାଣୀ ରାଉତ, ବିଶ୍ୱରୂପା ବେହେରା, ଅର୍ଚ୍ଚନା ପ୍ରଧାନ, ସଲୋନି ଘଡାଇ, ରଶ୍ମିତା ଧଳ, ଯାଜ୍ଞସେନୀ ସେଠୀ, ମାଧବାନନ୍ଦ ସେଠୀ, ପଦ୍ମାଳୟା ପଣ୍ଡା, ପ୍ରକୃତି ପରିଡା, ଯାଜ୍ଞଶ୍ରୀ ପରିଡା ପ୍ରଭୃତି ସ୍ମୃତି ଚାରଣ କରିଥିଲେ ।